Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୩୧ ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ  - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୩୧ ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ 

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ

ଭୁବନେଶ୍ୱର,୩୦/୦୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସମନ୍ୱୟ ବୈଠକ ୩୧ ଅଗଷ୍ଟ ରୁ ୨ ସେପ୍େଟମ୍ବର ୨୦୨୪ ପର୍ଯ୍ୟନ୍ତ କେରଳର ପାଲକ୍କଡ ଠାରେ ଅନୁଷ୍ଠିତ ହେବ । ସାଧାରଣତଃ ଏହି ତିନି ଦିବସୀୟ ଅଖିଳ ଭାରତୀୟ ସମନ୍ୱୟ ବୈଠକ ବର୍ଷକୁ ଥରେ ଅନୁଷ୍ଠିତ ହୁଏ । ଗତ ବର୍ଷ ଏହି ବୈଠକ ସେପ୍ଟମ୍ବର ୨୦୨୩ ରେ ପୁଣେରେ ଅନୁଷ୍ଠିତ ହୋଇଥିଲା । ଏହି ଅଖିଳ ଭାରତୀୟ ସମନ୍ୱୟ ବୈଠକରେ ସଂଘ ପ୍ରେରିତ ବିବିଧ ସଂଗଠନରେ କାର୍ଯ୍ୟରତ ସଂଗଠନର ପ୍ରମୁଖ କାର୍ଯ୍ୟକର୍ତାମାନେ ଅଂଶଗ୍ରହଣ କରନ୍ତି । ଏ ସମସ୍ତ ସଂଗଠନ ସାମାଜିକ ଜୀବନର ବିଭିନ୍ନ କ୍ଷେତ୍ରରେ ସକରାତ୍ମକ କାର୍ଯ୍ୟରେ ଲୋକତାନ୍ତ୍ରିକ ପଦ୍ଧତି ମାଧ୍ୟମରେ ସାମାଜିକ ପରିବର୍ତନ କାର୍ଯ୍ୟରେ ସକ୍ରିୟ ଅଟନ୍ତି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଶ୍ରୀ ସୁନୀଲ ଆମ୍ବେକର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ।
ଶ୍ରୀ ଆମ୍ବେକର କହିଛନ୍ତି ଯେ,ଏହି ବୈଠକରେ ବିବିଧ ସଂଗଠନର କାର୍ଯ୍ୟକର୍ତାମାନେ ସେମାନଙ୍କର କାର୍ଯ୍ୟର ସୂଚନା ଏବଂ ଅନୁଭବର ଆଦାନ ପ୍ରଦାନ କରିବେ । ରାଷ୍ଟ୍ରହିତର ବିଭିନ୍ନ ବିଷୟ ସନ୍ଦର୍ଭରେ ଯଥା, ବର୍ତମାନର ପରିଦୃଶ୍ୟ, ବିଗତ ଦିନର ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ତଥା ସାମାଜିକ ପରିବର୍ତନର ଅନ୍ୟାନ୍ୟ ଆୟାମ ଏବଂ ଯୋଜନା ବିଷୟରେ ଏହି ବୈଠକରେ ଆଲୋଚନା ହେବ । ଏ ସମସ୍ତ ସଂଗଠନ ବିଭିନ୍ନ ବିଷୟ ଉପରେ ପାରସ୍ପରିକ ସହଯୋଗ ଏବଂ ସମନ୍ୱୟକୁ ଆହୁରି ଅଧିକ ବଢାଇବା ପାଇଁ ଆବଶ୍ୟକ ଉପାୟ କୁ ନେଇ ମଧ୍ୟ ଚର୍ଚ୍ଚା ଆଲୋଚନା କରିବେ ।
ଏହି ବୈଠକରେ ପରମ ପୂଜନୀୟ ସରସଂଘଚାଳକ ଡ.ମୋହନ ଭାଗବତ, ମାନନୀୟ ସରକାର୍ଯ୍ୟବାହ ଶ୍ରୀ ଦତାତ୍ରେୟ ହୋସବଲେଙ୍କ ସମେତ ସଂଘର ସମସ୍ତ ଛଅ ସହ-ସରକାର୍ଯ୍ୟବାହ ଏବଂ ଅନ୍ୟ ପ୍ରମୁଖ ପଦାଧିକାରୀମାନେ ଯୋଗଦେବେ । ଏହି ବୈଠକରେ ରାଷ୍ଟ୍ରସେବିକା ସମିତି,ବନବାସୀ କଲ୍ୟାଣ ଆଶ୍ରମ,ବିଶ୍ୱହିନ୍ଦୁ ପରିଷଦ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭାରତୀୟ ଜନତା ପାର୍ଟି, ଭାରତୀୟ କିସାନ ସଂଘ, ବିଦ୍ୟା ଭାରତୀ , ଭାରତୀୟ ମଜଦୁର ସଂଘ ସହିତ ୩୨ଟି ସଂଘ ପ୍ରେରିତ ବିବିଧ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ, ସଂଗଠନ ମନ୍ତ୍ରୀ ଏବଂ ପ୍ରମୁଖ ପଦାଧିକାରୀ ଅଂଶଗ୍ରହଣ କରିବେ ।

Leave a Reply