କୋକସରା ବ୍ଲକ କୁସୁମଖୁଣ୍ଟି ସରସ୍ୱତୀ ଶିଶୁମନ୍ଦିର ପକ୍ଷରୁ ସରସ୍ୱତୀ ଶିଶୁମନ୍ଦିର ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ


କୋକସରା- କୋକସରା ବ୍ଲକ କୁସୁମଖୁଣ୍ଟି ସରସ୍ୱତୀ ଶିଶୁମନ୍ଦିର ପକ୍ଷରୁ ସୋମବାର ଜନ୍ମାଷ୍ଟମୀ ଉତ୍ସବ ପାଳନ ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପର୍ବକୁ ମହାଆଡମ୍ବର ସହ ପାଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚାରାରୋପଣ ଭଳି ମହତ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଜନ୍ମାଷ୍ଟମୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଇନ୍ଦ୍ରାବତୀ ଅଧିକ୍ଷଣ ଯନ୍ତ୍ରୀ ତୃପ କୁମାର ପାତ୍ର ଯୋଗଦେଇ ଛାତ୍ର ଛାତ୍ରୀ ଓ ଅଭିଭାବକମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ପର୍ଯ୍ୟାବରଣ ସଂରକ୍ଷିକା ତଥା ପ୍ରକୃତି ପ୍ରେମୀ ଚନ୍ଦ୍ରକଳା ଅଗ୍ରୱାଲ, ଶ୍ରୀନାରାୟଣ ଅଗ୍ରୱାଲ, କ୍ରିଷ୍ଣା ପାତ୍ର, ଅନୁଷ୍ଠାନର ସଭାପତି ବୃନ୍ଦାବନ ପୁଝାରୀ, ସମ୍ପାଦକ ରାମଚନ୍ଦ୍ର ପଟ୍ଟନାୟକ, କୋଷାଧ୍ୟକ୍ଷ ଦିଗନ୍ତ ପଟ୍ଟନାୟକ, ଉପସଭାପତି ପରମେଶ୍ୱର ବାଗ, ମହେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ଏକ ସୁନ୍ଦର ପରିବେଶ ସୃଷ୍ଟି ପାଇଁ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଇଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଗୁରୁଜୀ ପରମାନନ୍ଦ ବେମାଲ ପରିଚାଳନା କରିଥିବା ବେଳେ ପ୍ରଧାନ ଗୁରୁଜୀ ଦେବାନନ୍ଦ ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରେଇଥିଲେ । ବିଦ୍ୟାଳୟର ଗୁରୁଜୀ ମୁରଲୀଧର ପଟ୍ଟନାୟକ, ଉତ୍ତମ କୁମାର ପଣ୍ଡା, ଭୋଳାନାଥ ଗହୀର, ଦୁଷ୍ମନ୍ତ ପୁଝାରୀ, ଭିକାରୀ ଚରଣ ବିଶି, ଗୁରୁମା ମିନତୀ ପଟ୍ଟନାୟକ, ସନ୍ଧ୍ୟା ମହାରଣା, ମିନାକ୍ଷୀ ନାଗ, ତରୁଣୀ ଗୋପାଳ, ସ୍ନିଗ୍ଧା ଭଞ୍ଜ, ସୁଲଗ୍ନା ଦାଶ, ବୈଦେହୀ ଭୋଇ, ସେବକ ଗଗନେଶ୍ୱର ବେହେରା, ସେବିକା ସବିତା ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *