Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ସଭା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ସଭା


ଚଣ୍ଡିଖୋଲ: ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ସଭା ଓ ବିଶ୍ୱହିନ୍ଦୁ ପରିଷଦ ୬୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବଡ଼ଚଣା ବିଶ୍ୱ ହିନ୍ଦୁ ପରିଷଦ ଓ ବଡ଼ଚଣା ପ୍ରଖଣ୍ଡ ବଜରଙ୍ଗ ଦଳ ତରଫରୁ ସବୁବର୍ଷ ପରି ଏହି ବାର୍ଷିକ ଦିବସର ବହୁ ବିଶ୍ୱ ହିନ୍ଦୁପରିଷଦ କାର୍ଯ୍ୟକର୍ତ୍ତା ଓ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାମାନେ ଚରିନଙ୍ଗଳ ମଠଠାରେ ଯୋଗ ଦେଇଥିଲେ ସର୍ବ ପ୍ରଥମେ ପ୍ରଭୁ ଶ୍ରୀ କୃଷ୍ଣଙ୍କ ପୂଜା ଓ ଭାରତମାତା ପୂଜନ କାର୍ଯ୍ୟ ଦିପଙ୍ଗ ଜ୍ୟୋତି ମନ୍ତ୍ରରେ ଆରମ୍ଭ କରିଥିଲେ, ଏଥିରେ ବରିଷ୍ଠ ଆଇନଜୀବୀ ସୁବାଷ ନନ୍ଦ ମୁଖ୍ୟ ଅତିଥି ପ୍ରଦେଶ ବଜରଙ୍ଗ ମିଳନ କେନ୍ଦ୍ର ପ୍ରମୁଖ ବିପିନ ବିହାରୀ ପଣ୍ଡା ମୁଖ୍ୟ ବକ୍ତା, ବଜରଙ୍ଗ ଦଳ ପ୍ରାନ୍ତ ସୁରକ୍ଷା ପ୍ରମୁଖ ରାଜ କିଶୋର ନାୟକ, ସମାଜସେବୀ ପୂର୍ବତନ ବଜରଙ୍ଗ ଜିଲ୍ଲା ପ୍ରମୁଖ,ପ୍ରଦୀପ କୁମାର ଧଳ,,ବଡ଼ଚଣା ବିଶ୍ୱ ହିନ୍ଦୁ ପରିଷଦ ସମ୍ପାଦକ ବିଜୟ କୁମାର ସାହୁ,ଜିଲ୍ଲା ବଜରଙ୍ଗ ସଂଯୋଜକ ବସନ୍ତ କୁମାର ଦାସ, ବଜରଙ୍ଗ ଦଳ ପ୍ରମୁଖ, ଅନନ୍ତ କୁମାର ଦାସ, ସାରଦା ପ୍ରସନ୍ନ ବଳ, ଅଭିଜିତ ସ୍ୱାଇଁ, ସରୋଜ ବଳ, ସୌମ୍ୟ ରଞ୍ଜନ ବଳ ଯୋଗ ଦେଇ ଯୋଗ ଦେଇ ସଭା କାର୍ଯ୍ୟକୁ ସଫଳ କରାଇବାରେ ସହଯୋଗ କରିଥିଲେ । ଭାରତମାତା କି ଜୟ ଧ୍ୱନିରେ ସଭାସ୍ଥଳ ପ୍ରକମ୍ପିତ ହୋଇଉଠୁଥିଲା । ଯେଉଁ ବିଶ୍ୱ ହିନ୍ଦୁ ପରିଷଦ ଦିନେ ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ଜନ୍ମ ନେଇଥିଲା ସେହି ବିଶ୍ୱର ଅଗ୍ରଣୀ ସଂଗଠନ ଭାବେ ନିଜର ସଂଗଠନକୁ ଶକ୍ତିଶାଳୀ କରିପାରିଛି । ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓଡ଼ିଶା ରାଜ୍ୟର ଜଣେ ବେଦାନ୍ତ କେଶରୀ ଓ ମହାମନିଷୀ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ଜୀବନ କାଳ ଭିତରେ ସେ ହିନ୍ଦୁ ସଂଗଠନକୁ ଶକ୍ତିଶାଳୀ କରିବାରେ ପ୍ରମୁଖ ଭୂମିକା ଥିଲା ସେ ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ଫେରି ଚକାପାଦ ଆଶ୍ରମରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପବିତ୍ର ଜନ୍ମାଷ୍ଠାମି ଉପଲେକ୍ଷେ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା ।

Leave a Reply