Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜଲେଶପଟ୍ଟାରେ ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜଲେଶପଟ୍ଟାରେ ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଜଲେଶପଟ୍ଟାରେ ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ବାଲିଗୁଡା: ପବିତ୍ର ଜନ୍ମାଷ୍ଟମୀରେ କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ସହ ଅନ୍ତେବାସୀ ପାଳିଛନ୍ତି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୬ ତମ ବଳିଦାନ ଦିବସ । ଏହି ଅବସରରେ ଦୁଇ ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ ଓ ରବିନାରାୟଣ ନାୟକ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ମାନଗୋବିନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗତ ୨୦୦୮ ମସିହା ଅଗଷ୍ଟ ୨୩ ତାରିଖରେ ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଥିବା ବେଳେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ ତାଙ୍କର ୪ ଜଣ ସହଯୋଗୀଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତତାୟୀ । ସେହିଦିନଠାରୁ ପ୍ରତିବର୍ଷ ଜନ୍ମାଷ୍ଟମୀରେ ସ୍ୱାମୀଜୀଙ୍କ ବଳିଦାନ ଦିବସ ଭାବେ ପାଳନ କରିଆସୁଛନ୍ତି ଜଲେଶପଟ୍ଟା ଆଶ୍ରମର ଅନ୍ତେବାସୀ । ଆଜି ଆମେ ଏଠାକୁ ଆସି ନିଜକୁ ଧନ୍ୟ ମନେ କରୁଛୁ । ସ୍ୱାମୀଜୀ କେବଳ ଜଣେ ସନ୍ଥ ନଥିଲେ । ସେ ଜଣେ ସମାଜ ସୁଧାକର ଥିଲେ । ସମାଜକୁ ସେ ଯେଉଁଭଳି ଦିଗଦର୍ଶନ ଦେଇଛନ୍ତି ତାହା ଶତାବ୍ଦୀ ଶତାବ୍ଦୀ ଧରି ମନେରହିବ । ଏଭଳି ଜଣେ ସନ୍ଥଙ୍କ ପ୍ରତି ଯିଏ ଅନ୍ୟାୟ କରିଛନ୍ତି ସ୍ୱାମୀଜୀ ତାଙ୍କୁ କ୍ଷମା କରିସାରିଥିବେ ବୋଲି ମୁଁ ଭାବୁଛି ବୋଲି କହିଛନ୍ତି ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ । ସକାଳୁ ସ୍ଥାନୀୟ ଜଳେଶ୍ୱର ମହାଦେବଙ୍କ ମନ୍ଦିର ନିକଟରୁ କଳସ ଶୋଭାଯାତ୍ରା ପରେ ଗୋ ପୂଜନ,ସୂର୍ଯ୍ୟ ପୂଜା,ସନ୍ଥ ପୂଜନ,ଯଜ୍ଞ ସହ ସ୍ୱାମୀଜୀଙ୍କ ସୃତିଚାରଣ କରାଯାଇଛି । ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସନ୍ଥ ଓ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି ।

Leave a Reply