Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଧର୍ମରକ୍ଷା ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଧର୍ମରକ୍ଷା ଦିବସ


ଗତ ଅଗଷ୍ଟ ୨୫ ତାରିଖ ଦିନ ଧର୍ମ ଜାଗରଣ ସମନ୍ୱୟ ଭୁବନେଶ୍ୱର ତରଫରୁ ସ୍ଥାନୀୟ ୟୁନିଟ-୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତି ସମାରୋହ ବା ଧର୍ମରକ୍ଷା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରକୃତ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ସଂଗଠନ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପସ୍ଥାପନ କରିଥିଲେ । ଯେମିତି କି ଶରତ ମହାପାତ୍ର କମିଶନ ଓ ନାୟୁଡୁ କମିଶନ ରିପୋର୍ଟକୁ ସାର୍ବଜନୀନ କରାଯାଉ, ସ୍ୱାମୀଜୀଙ୍କ ହତ୍ୟାର ସିବିଆଇ ତଦନ୍ତ କରାଯାଉ ଏବଂ ସ୍ୱାମୀଜୀଙ୍କୁ ଭାରତ ରତ୍ନ ପ୍ରଦାନ କରିବା ପାଇଁ ଅତିଥିମାନେ ଦାବି କରିଥିଲେ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ସ୍ୱପ୍ନ ଥିଲା ଓଡିଶାରେ ଗୋହତ୍ୟା ବନ୍ଦ ହେଉ ଏବଂ ଧର୍ମାନ୍ତରିକରଣ ଆଇନ ସୁଦୃଢ ହେଉ କିନ୍ତୁ ତାହା ଏପର୍ଯ୍ୟନ୍ତ ହୋଇ ପାରିଲା ନାହିଁ, ଏଥିପାଇଁ ସରକାରଙ୍କୁ ତତ୍ପର ହେବାକୁ ସଂଗଠନ ତରଫରୁ ଆଗ୍ରହ କରାଯାଇଥିଲା ।
ମୁଖ୍ୟବକ୍ତା ମାନନୀୟ ରାଜେନ୍ଦ୍ର ପ୍ରସାଦଜୀ, ମୁଖ୍ୟ ଅତଥି ଶ୍ରୀଯୁକ୍ତ ଦେବାଶିଷ ରାୟ, ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ବିନୟ କୁମାର ଭୂୟାଁ ଓ ଶ୍ରୀ ମଙ୍ଗୁଳି ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଧର୍ମ ଜାଗରଣ ସମନ୍ୱୟ ଭୁବନେଶ୍ୱର ମହାନଗର ସଂଯୋଜକ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ୧୦୦୦ରୁ ଉର୍ଦ୍ଧ ରାଷ୍ଟ୍ରପ୍ରେମୀମାନେ ଧର୍ମରକ୍ଷା ଦିବସରେ ଯୋଗ ଦେଇ ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Leave a Reply