Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଏବଂ ସେମାନଙ୍କର ମାନବିକ ଅଧିକାର ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ:ଭିଏଚ୍ ପି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଏବଂ ସେମାନଙ୍କର ମାନବିକ ଅଧିକାର ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ:ଭିଏଚ୍ ପି


ଭୁବନେଶ୍ୱର,୦୯/୦୮: ବିଶ୍ୱ ହିନ୍ଦୁ ପରିଷଦ, ଓଡିଶା ପୂର୍ବପ୍ରାନ୍ତ ତରଫରୁ ଅଗଷ୍ଟ ୯ ତାରିଖ ଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ସହ-ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ କହିଥିଲେ କି ପଡୋଶୀ ରାଷ୍ଟ୍ର ବାଂଲାଦେଶରେ ଚାଲିଥିବା ହିଂସା ଓ ଅରାଜକତା ଚରମ ସୀମାରେ ପହଁଚିଛି । ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ପଦତ୍ୟାଗ ଓ ଦେଶତ୍ୟାଗ କରିବା ପାଇଁ ବାଧ୍ୟ ହୋଇଛନ୍ତି । ସେଠାରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଧ୍ୱସ୍ତ ବିଧ୍ୱସ୍ତ ହୋଇପଡିବା ସହ ଅରାଜକତା ସୃଷ୍ଟିକାରୀ ଜେହାଦୀ ମାନେ ଉଦେ୍ଦଶ୍ୟ ମୂଳକ ଭାବରେ ହିନ୍ଦୁ ସମାଜ ଉପରେ ବର୍ବରୋଚିତ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ବାଂଲାଦେଶରେ ଅତୀତ ଦିନମାନଙ୍କରେ ମଧ୍ୟ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଏଭଳି ବର୍ବରୋଚିତ ଆକ୍ରମଣ ଯେମିତି କି ବ୍ୟବସାୟିକ ପ୍ରତିଷ୍ଠାନ, ଧାର୍ମିକପୀଠ ଏବଂ ବାସଗୃହ ଉପରେ ଆତଙ୍କିତ ଆକ୍ରମଣ ଦ୍ୱାରା ନଷ୍ଟ କରିଦିଆ ଯାଇଛି । ଏହି ପ୍ରକାର ଘୃଣ୍ୟକାର୍ଯ୍ୟ ବାଂଲାଦେଶର ବିଭିନ୍ନ ଜିଲ୍ଲାରେ ଘଟୁଛି । ନିରନ୍ତର ଏହି ପ୍ରକାର ଘଟଣା ଏବଂ ବାରମ୍ବାର ଦଙ୍ଗା ଯୋଗୁଁ ଭାରତରୁ ବାଂଲାଦେଶ ବିଭାଜନ ସମୟରେ ହିନ୍ଦୁ ୩୨%ଥିଲେ ଏବେ ତାହା ୮% ରୁ କମ ହୋଇଯାଇ ଜେହାଦୀ ମାନଙ୍କର ଶିକାର ହୋଇଚାଲିଛନ୍ତି । ବାଂଲାଦେଶରେ ଥିବା ଅଳ୍ପ ସଂଖ୍ୟକ ହିନ୍ଦୁ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଇଛି । ଏହା ଅତ୍ୟନ୍ତ ଚିନ୍ତା ଜନକ ବିଷୟ । ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଏବଂ ସେମାନଙ୍କର ମାନବିକ ଅଧିକାର ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ବିଶ୍ୱସମୂଦାୟଙ୍କ ଦାୟିତ୍ୱ ଅଟେ । ଏହି ପରିସ୍ଥିତିରେ ଭାରତ ନିଶ୍ଚିତଭାବରେ ଆଖିବୁଜି ରହିବ ନାହିଁ । ଭାରତ ସଦାସର୍ବଦା ଉତ୍ପୀଡ଼ିତ ଓ ବିସ୍ଥାପିତ ମାନଙ୍କୁ ସର୍ବଦା ସହାୟତା କରି ଆସିଛି । ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଭାରତ ସରକାରଙ୍କୁ ଆଗ୍ରହ କରାଯାଇଛି କି ବାଂଲାଦେଶରେ ଥିବା ଅଳ୍ପ ସଂଖ୍ୟକ ହିନ୍ଦୁଙ୍କ ସୁରକ୍ଷା ପାଇଁ ଯଥା ସମ୍ଭବ ପଦକ୍ଷେପ ନିଅନ୍ତୁ । ଏହି ବିକଟ ପରିସ୍ଥିତିର ଲାଭ ଉଠାଇ ଜେହାଦୀ ବିପୁଳ ପରିମାଣରେ ଭାରତକୁ ଅନୁପ୍ରବେଶର ସମ୍ଭାବନା ଅଛି । ଏଥିପ୍ରତି ସତର୍କ ରହିବା ଆବଶ୍ୟକ । ସୀମାରେ ଥିବା ସେନାବାହିନୀ ରହିବା ସହ ଅତିକ୍ରମଣକୁ ସମ୍ପୂର୍ଣ୍ଣ ରୋକିବା ଆବଶ୍ୟକ । ବିଶ୍ୱ ହିନ୍ଦୁ ପରିଷଦ ତରଫରୁ କୁହାଯାଇଛି ଯେ ଆମେ ଆଶା କରୁଛୁ କି ବାଂଲାଦେଶରେ ଗଣତନ୍ତ୍ର ଓ ଧର୍ମନିରପକ୍ଷ ସରକାର ଯଥାଶୀଘ୍ର ସ୍ଥାପିତ ହେଉ । ଅଳ୍ପସଂଖ୍ୟକମାନଙ୍କୁ ମାନବାଧିକାର ମିଳୁ ଏବଂ ବାଂଲାଦେଶରେ ନିରନ୍ତର ବୃଦ୍ଧିହେଉଥିବା ଆର୍ଥôକ ପ୍ରଗତିରେ ବାଧକ ନ ଆସୁ । ଭାରତର ହିନ୍ଦୁ ସମାଜ ଓ ସରକାର ଏହି ବିଷୟରେ ବାଂଲାଦେଶର ସହଯୋଗୀ ବନିରହୁ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ଉପାଧ୍ୟକ୍ଷ ପବିତ୍ରମୋହନ ସ୍ୱାଇଁ, ପ୍ରଚାର ପ୍ରମୁଖ ମାନସ ମହାନ୍ତି, ବରୁଣ ପ୍ରଧାନ ଏବଂ ଅନ୍ୟକାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

Leave a Reply