Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାରେ ଗଡିବ ୫୦୦୦ ଇଲେକ୍ଟ୍ରୋନିକ୍ ଯାନ ୫୦୦ କୋଟି ଟଙ୍କାର ଫଣ୍ଡ ଦେଲେ ୟୁପି ସରକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାରେ ଗଡିବ ୫୦୦୦ ଇଲେକ୍ଟ୍ରୋନିକ୍ ଯାନ ୫୦୦ କୋଟି ଟଙ୍କାର ଫଣ୍ଡ ଦେଲେ ୟୁପି ସରକାର

ଅଯୋଧ୍ୟା: ଭଗବାନ ଶ୍ରୀ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାକୁ ଖୁବ୍ ଶୀଘ୍ର ଗଡିବ ଇଲେକ୍ଟ୍ରୋନିକ୍ ବସ୍ । ଏନେଇ ଉତ୍ତର ପ୍ରଦେଶ ସରକାରଙ୍କର ବଡ ଘୋଷଣା । ପରିବହନ ବିଭାଗକୁ ନୂତନ ଇ-ବସ୍ ପାଇଁ ୫୦୦ କୋଟି ଟଙ୍କାର ଫଣ୍ଡ ପ୍ରଦାନ କରିଛନ୍ତି ୟୁପି ସରକାର । ୫୦୦୦ ଇଲେକ୍ଟ୍ରୋନିକ୍ ଯାନ ଚଳାଚଳକୁ ନେଇ ହୋଇଛି ଯୋଜନା । ଏଥିପାଇଁ ପ୍ରମୁଖ ପରିବହନ ସଚିବ ଏଲ୍ ଭେଙ୍କେଟଶ୍ୱର ଲୁ ଅଯୋଧ୍ୟା ଗସ୍ତରେ ଯାଇଛନ୍ତି । ଏହି ସମୟରେ ସେ ପରିବହନ ବିଭାଗର ଆଗାମୀ ନୀତି ବିଷୟରେ ସେ ଆଲୋଚନା କରିଛନ୍ତି । ଏଲ୍ ଭେଙ୍କେଟଶ୍ୱର ଲୁ ଶନିବାର ଅଯୋଧ୍ୟା ଗସ୍ତରେ ଯାଇଥିଲେ । ଲୁ କହିଛନ୍ତି ଯେ, ୧୩,୦୦୦ ଯାତ୍ରୀବାହୀ ବସ୍ ଏବଂ ୧୨,୦୦୦ ସ୍କୁଲ୍ ବସ୍‌ର ଅଭାବ ରହିଛି । ଏହି ଅଭାବଗୁଡିକ ଗାଡି ପୋର୍ଟାଲ ମାଧ୍ୟମରେ ସେମାନଙ୍କ ମାଲିକଙ୍କ ସହିତ ଯୋଗାଯୋଗ କରି ଚିହ୍ନଟ ହେବ ଏବଂ ଏହାର ସମାଧାନ ହେବ । କୌଣସି ପରିସ୍ଥିତିରେ ରାସ୍ତାରେ ବେଆଇନ ଯାନବାହାନ ଚଳାଚଳକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ଭେଙ୍କଟେଶ୍ୱର ଲୁ କହିଛନ୍ତି ଯେ, ଆଗାମୀ ଦିନରେ ପ୍ରୟାଗରାଜରୁ ଅଯୋଧ୍ୟା, ଲକ୍ଷ୍ନୌ, ଗୋରଖପୁର ଅଭିମୁଖେ ଥିବା ରାସ୍ତାକୁ ଗ୍ରୀନ୍ ରୁଟ୍ ଘୋଷଣା କରାଯିବ । ଏଥିରେ କେବଳ ଇଲେକ୍ଟ୍ରୋନିକ୍ ବାହନ ଯାତାୟତ ହେବ । ବର୍ତ୍ତମାନ ପ୍ରାୟ ୧୦୦ ଟି ଇଲେକ୍ଟ୍ରୋନିକ୍ ବସ୍ କିଣା ଯାଇଛି । ଆଗାମୀ ଦିନରେ ୧୨୦ ଟି ନୂତନ ଇଲେକ୍ଟ୍ରୋନିକ୍ ବସ୍ କ୍ରୟ କରିବାର ଯୋଜନା ରହିଛି । ଏଥିପାଇଁ ପରିବହନ ବିଭାଗକୁ ୫୦୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, ଚୁକ୍ତିନାମା ଅନୁଯାୟୀ ୫୦୦୦ ଇଲେକ୍ଟ୍ରୋନିକ୍ ଯାନ ଚଳାଚଳ କରିବ । ଗ୍ରୀନ୍ ରୁଟ, ଇଲେକ୍ଟ୍ରୋନିକ୍ ଟିକେଟ୍ ମେସିନ୍ ସହିତ ବସ୍ ଷ୍ଟେସନର ତଦାରଖ କରିବ ପରିବହନ ବିଭାଗ । ନୂତନ ଇଲେକ୍ଟ୍ରୋନିକ୍ ବସ୍ ଚଳାଚଳ ଦ୍ୱାରା ପରିବେଶ ସ୍ୱଚ୍ଛ ହେବା ସହ ଲୋକମାନେ ନିଶ୍ଚିତ ଭାବରେ ଉପକୃତ ହେବେ ବୋଲି ସେ କହିଛନ୍ତି ।

Leave a Reply