Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉତ୍ତରପ୍ରଦେଶ ବିଧାନସଭାରେ ଲଭ୍ ଜିହାଦ୍ ବିଲ ପାସ୍‌ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉତ୍ତରପ୍ରଦେଶ ବିଧାନସଭାରେ ଲଭ୍ ଜିହାଦ୍ ବିଲ ପାସ୍‌

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭାରେ ଲଭ୍ ଜିହାଦ ବିଲ (ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ (ସଂଶୋଧନ) ବିଲ୍ ୨୦୨୪) ପାସ ହୋଇଯାଇଛି । ଏହି ବିଲକୁ ସୋମବାର ଆଗତ କରାଯାଇଥିଲା । ଏହି ବିଲ୍ ରେ ପୂର୍ବରୁ ନିର୍ଦ୍ଧାରିତ ଅପରାଧ ପାଇଁ ଦଣ୍ଡ କୁ ଦ୍ୱିଗୁଣିତ କରାଯାଇଥିବା ବେଳେ ନୂଆ ଅପରାଧକୁ ମଧ୍ୟ ଯୋଡ଼ାଯାଇଛି ଯେଉଁଥିରେ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । ଏଭଳି ସ୍ଥିତିରେ ୟୁପିରେ ଲଭ୍ ଜିହାଦରେ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଦଣ୍ଡ ଦେବା ପାଇଁ ଏକ ସଂଶୋଧିତ ବିଲ୍ ଗୃହରେ ଆଗତ ହୋଇଥିଲା । ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଯୋଗୀ ସରକାର ୨୦୨୧ରେ ହିଁ ଉତ୍ତରପ୍ରଦେଶ ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ ବିଲ୍ ୨୦୨୧ ଗୃହରେ ପାରିତ କରିଥିଲେ, ଯାହା ପରେ ସଂଶୋଧିତ ବିଲ୍ ୨୯ ଜୁଲାଇ ୨୦୨୪ ସୋମବାର ଆଗତ କରାଯାଇଥିଲା । ନୂଆ ସଂଶୋଧିତ ବିଲ୍ ରେ ପ୍ରଥମ ଥର ପାଇଁ ଏହି ଅପରାଧ ପାଇଁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । ବେଆଇନ ଧର୍ମ ପରିବର୍ତ୍ତନ ପାଇଁ ପାଣ୍ଠି ମଧ୍ୟ ଏହି ଆଇନ ପରିସରଭୁକ୍ତ କରାଯାଇଛି । ଏଥିରେ ବିଦେଶୀ ଅନୁଷ୍ଠାନ କିମ୍ବା କୌଣସି ବେଆଇନ ସଂସ୍ଥାର ପାଣ୍ଠି ମଧ୍ୟ ଅନ୍ତର୍ଭୁକ୍ତ ।

Leave a Reply