Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପିଏମ୍ କିଷାନ ଯୋଜନାରେ ଦିଆଗଲାଣି ୩.୨୪ ଲକ୍ଷ କୋଟି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପିଏମ୍ କିଷାନ ଯୋଜନାରେ ଦିଆଗଲାଣି ୩.୨୪ ଲକ୍ଷ କୋଟି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୧୧ କୋଟିରୁ ଅଧିକ କୃଷକଙ୍କୁ ୩.୨୪ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ପିଏମ-କିଷାନ ଯୋଜନାର ୧୭ତମ କିସ୍ତି ଚଳିତ ବର୍ଷ ଜୁନ୍ ମାସରେ ପ୍ରଦାନ କରାଯାଇଛି ଯେଉଁଥିରେ ୯.୨୬ କୋଟିରୁ ଅଧିକ କୃଷକ ପରିବାରକୁ ଏହି ଯୋଜନା ବାବଦ ଅର୍ଥ ପ୍ରଦାନ କରାଯାଇଛି । ମୋଟ ୫୧ ହଜାର ୮୪୯ ଜଣ ପ୍ରଶିକ୍ଷିତ କୃଷି ସଖୀଙ୍କ ମଧ୍ୟରୁ ୩୪ ହଜାର ୯୭୩ ଜଣଙ୍କୁ କୃଷି ପାରା ସମ୍ପ୍ରସାରଣ କର୍ମୀ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply