Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାନବିକତା ଦେଖାଇଲେ ବଜରଙ୍ଗ ଦଳ -ସହରର ଗଳିକନ୍ଦିରେ ବ୍ଲିଚିଙ୍ଗ ପାଉଡର ଛିଞ୍ଚିଲେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାନବିକତା ଦେଖାଇଲେ ବଜରଙ୍ଗ ଦଳ -ସହରର ଗଳିକନ୍ଦିରେ ବ୍ଲିଚିଙ୍ଗ ପାଉଡର ଛିଞ୍ଚିଲେ

ସଇଁତଲା, (ଭାସ୍କର ନ୍ୟୁଜ୍‌): ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ବର୍ତ୍ତମାନ ଡେଙ୍ଗୁ ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ସତର୍କତା ଅବଲମ୍ବନ କରି ବ୍ଲକ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ କରି ବ୍ଲିଚିଙ୍ଗ ପାଉଡର ଯୋଗାଣ କରିବା ପରେ ସ୍ଥାନୀୟ ବଜରଙ୍ଗ ଦଳ ଶାଖା ତରଫରୁ ମାନବିକତା ଦେଖାଇ ସଇଁତଳା ସହରର ବିଭିନ୍ନ ପଡାର ଗଳିକନ୍ଦିଗୁଡିକରେ ବ୍ଲିଚିଙ୍ଗ ପାଉଡର ଝିଣ୍ଟିଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ, ଏହି ସହରରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ବେଳେ ଡେଙ୍ଗୁ ରୋଗୀସଂଖ୍ୟା ବୃଦ୍ଧି ପାଇଛି । ଏଥିରେ ସହରର ଆଲୋକ ଛକ, ଶଙ୍କର ଛକ, କଅସରପଡା ଓ ରମେଶ ଛକର ବିଭିନ୍ନ ଗଳିକନ୍ଦିଗୁଡିକରେ କାଦୁଅରେ ପଚ ପଚ ହୋଇଥିବା ସାଙ୍ଗକୁ ଅଳିଆ ଆବର୍ଜନା ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ସମସ୍ୟା ନେଇ ସଇଁତଲା ବଜରଙ୍ଗ ଦଳ ତରଫରୁ ବ୍ଲିଚିଙ୍ଗ ପାଉଡର ଛିଞ୍ଚା ଯାଇଥିଲା । ଏଥିରେ ବଜରଙ୍ଗ ଦଳ ସଭାପତି ଯୁବରାଜ ନାଏକ, ଉପସଭାପତି ରାକେଶ ସାହୁ, ଅଜିତ୍ ପଟେଲ ରୋଶନ ସାହୁ, ସୁଶିଲ ରଣା, ଅଭିଳାଷ ବୈଠାରୁ, ଦିବ୍ୟମ ମିଶ୍ର, ପରମା ସାହୁ, ଡୁଲେଶ୍ୱର୍ ସାହୁ, ପିଣ୍ଟୁ ସାହୁ, ଦେବେନ୍ଦ୍ର ରଣାଙ୍କ ସମେତ ଦଳର ବହୁ ସଦସ୍ୟ ସାମିଲ ହୋଇଥିଲେ । ବଜରଙ୍ଗ ଦଳ ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରିଛନ୍ତି ।

Leave a Reply