Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ବୋଲଗଡ: ବୋଲଗଡ ସଦମହକୁମାର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ବିରଞ୍ଚି କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ପୁରେନ୍ଦ୍ର ବେହେରା, ସମ୍ମାନୀତ ଅତିଥି ଭାବେ ସଙ୍କୁଳ ସଂଯୋଜକ ବିଚିତ୍ର କୁମାର ରଥ, ପରିଚାଳନା କମିଟି ସଭାପତି ଗାନ୍ଧୀ କୁମାର ସାହୁ, ସମ୍ପାଦକ ରାମଚନ୍ଦ୍ର ସାହୁ, ଉପସଭାପତି ରବୀନ୍ଦ୍ର କୁମାର ଡିଆବାଘ ଓ ସଦସ୍ୟା ଗୀତାଞ୍ଜଳି ଦଳାଇ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କ ବୈଜ୍ଞାନିକ ମନୋବୃତ୍ତି ଦ୍ୱାରା ଦେଶର ବିକାଶ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ସୁଶ୍ରୀ ରଶ୍ମିତା ରଣସିଂହ ବିବରଣୀ ପଠନ କରିଥିବା ବେଳେ ଆଚାର୍ଯ୍ୟ ଦେବ ପ୍ରସାଦ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଜ୍ଞାନ ବିଜ୍ଞାନ ମେଳାରେ କନିଷ୍ଠ ବର୍ଗ ୪୯ଟି, ଶିଶୁ ବର୍ଗ ୨୪, ବାଲ ବର୍ଗ ୧୪, କିଶୋର ବର୍ଗରୁ ୮ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ସମୁଦାୟ ୯୫ଟି ପ୍ରକଳ୍ପ ସହିତ ପ୍ରଶ୍ନମଞ୍ଚ, ପତ୍ର ବାଚନ, ନିବନ୍ଧ, ପ୍ରୟୋଗ, ବୃତ୍ତି କଳା, ଗୀତ ଆଦି ବିଭାଗରୁ ୧୧୩ ଜଣ ଶିଶୁ ଭାଇ ଭଉଣୀ ଅଂଶଗ୍ରହଣ କରିଥିଲେ । ସମସ୍ତ ବିଭାଗରୁ କୃତିତ୍ୱ ହାସଲ କରିଥିବା ଶିଶୁ ଭାଇଭଉଣୀମାନଙ୍କୁ ସମାରୋହ ଉତ୍ସବରେ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ନାରାୟଣ ଗୁରୁଜୀ, ନୂତନ ଗୁରୁଜୀ, ସନ୍ତୋଷ ଗୁରୁଜୀ, ଅଭିଜିତ ଗୁରୁଜୀ, ରମାମଣି ଗୁରୁମା’ ଓ ହରପ୍ରିୟା ଗୁରୁମା ସମେତ ଅନୁଷ୍ଠାନ ସମସ୍ତ ଆଚାର୍ଯ୍ୟ, ଆଚର୍ଯ୍ୟାମାନେ ସହ ଯୋଗ କରି ପରିଚାଳନା କରିଥିଲେ । ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଓ ପ୍ରଶ୍ନମଞ୍ଚର ପ୍ରତ୍ୟେକ ବିଭାଗରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର ଟିମ୍‌ଗୁଡ଼ିକ ସଙ୍କୁଳସ୍ତରୀୟ ଜ୍ଞାନବିଜ୍ଞାନ ମେଳାକୁ ଚୟନ ହୋଇଛନ୍ତି । ପରିଶେଷରେ ଆଚାର୍ଯ୍ୟ ଦେବ ପ୍ରସାଦ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply