Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୫୮ ଦେଶରେ ବିନା ଭିସାରେ ଭାରତୀୟଙ୍କ ପାଇଁ ପ୍ରବେଶ ସୁବିଧା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୫୮ ଦେଶରେ ବିନା ଭିସାରେ ଭାରତୀୟଙ୍କ ପାଇଁ ପ୍ରବେଶ ସୁବିଧା

୫୮ ଦେଶରେ ବିନା ଭିସାରେ ଭାରତୀୟଙ୍କ ପାଇଁ ପ୍ରବେଶ ସୁବିଧା, ପ୍ରକାଶ ପାଇଲା ହେନଲେ ପାସପୋର୍ଟ ଇଣ୍ଡେକ୍ସ ଲଣ୍ଡନ: ବିଦେଶ ଭ୍ରମଣ କରିବାକୁ ପସନ୍ଦ କରୁଥିବା ଭାରତୀୟଙ୍କ ପାଇଁ ଏକ ଖୁସି ଖବର ଆସିଛି । ଭାରତୀୟମାନେ କେ?ଣସି ଭିସା ବିନା ବିଶ୍ୱର ୫୮ଟି ଦେଶରେ ପ୍ରବେଶ କରିପାରିବେ । ଲଣ୍ଡନରେ ମୁଖ୍ୟାଳୟ ଥିବା ହେନଲେ ପାସପୋର୍ଟ ଇଣ୍ଡେକ୍ସର ୨୦୨୪ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଭାରତର ପାସପୋର୍ଟ ଏହି ତାଲିକାରେ ୮୨ ତମ ସ୍ଥାନରେ ରହିଛି । ଭାରତୀୟ ପାସପୋର୍ଟରେ ଭାରତୀୟ ଏବେ ଇଣ୍ଡୋନେସିଆ, ମାଳଦ୍ୱୀପ ଏବଂ ଥାଇଲ୍ୟାଣ୍ଡ ପରି ଦେଶଗୁଡିକୁ ଭିସା ବିନା ଯାଇ ପାରିବେ । ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନେକ ପାରାମିଟରରେ ପାସପୋର୍ଟ ମାନ୍ୟତା ପାଇଛି । ୨୦୨୪ରିପୋର୍ଟରେ ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ସହିତ ସିଙ୍ଗାପୁର ୧ ନମ୍ବର ସ୍ଥାନରେ ରହିଛି । ସିଙ୍ଗାପୁର ନାଗରିକମାନେ ୧୯୫ଟି ଦେଶରେ ବିନା ଭିସାରେ ପ୍ରବେଶ କରିବାର ସୁବିଧା ରହିଛି । ଏହି ଆଧାରରେ ସିଙ୍ଗାପୁର ଶୀର୍ଷରେ ରହିଛି । ଦ୍ୱିତୀୟ ସ୍ଥାନରେ ୫ ଟି ଦେଶର ନାମ ରହିଛି । ସେମାନଙ୍କ ମଧ୍ୟରେ ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ସ୍ପେନ୍ ଏବଂ ଜାପାନ ରହିଛନ୍ତି । ଏହି ୫ଟି ଦେଶର ପାସପୋର୍ଟ ଦ୍ୱାରା ବିନା ଭିସାରେ ୧୯୨ଟି ଦେଶରେ ପ୍ରବେଶ କରିହେବ ।୧୯୧ ଦେଶକୁ ଭିସା ମୁକ୍ତ ପ୍ରବେଶ ସହିତ ଅଷ୍ଟ୍ରିଆ, ଫିନଲ୍ୟାଣ୍ଡ, ଆୟର୍ଲାଣ୍ଡ, ଲକ୍ସେମବର୍ଗ, ନେଦରଲ୍ୟାଣ୍ଡ, ଦକ୍ଷିଣ କୋରିଆ ଏବଂ ସ୍ୱିଡେନ ତୃତୀୟ ସ୍ଥାନରେ ରହିଛନ୍ତି । ଚତୁର୍ଥ ସ୍ଥାନରେ ବ୍ରିଟେନ, ନ୍ୟୁଜିଲ୍ୟାଣ୍ଡ, ନରୱେ, ବେଲଜିୟମ, ଡେନମାର୍କ ଏବଂ ସ୍ୱିଜରଲ୍ୟାଣ୍ଡ ଭଳି ଦେଶର ନାମ ଅନ୍ତର୍ଭୁକ୍ତ ହୋଇଛି । ଏହା ସହିତ ଅଷ୍ଟ୍ରେଲିଆ ଷଷ୍ଠ ସ୍ଥାନରେ ଏବଂ ଆମେରିକା ଅଷ୍ଟମ ସ୍ଥାନରେ ରହିଛି ।ଭାରତର ମାନ୍ୟତାରେ ଉନ୍ନତି ହୋଇଛି । ଶ୍ରେଷ୍ଠ ୧୦ଟି ଶକ୍ତିଶାଳୀ ପାସପୋର୍ଟ ଦେଶ ମଧ୍ୟରେ ୩୪ ଟି ନାମ ଅଛି । ତେବେ ଏହି ତାଲିକାରେ ଭାରତ ୮୨ ତମ ସ୍ଥାନ ହାସଲ କରିଛି । ଯାହା ବହୁତ କମ୍ ଅଟେ । କିନ୍ତୁ ହେନଲି ପାସପୋର୍ଟ ଇଣ୍ଡେକ୍ସରେ ଭାରତର ମାନ୍ୟତାରେ ଉନ୍ନତି ହୋଇଛି । ୨୦୨୨ ରେ ଭାରତ ୮୭ ତମ ସ୍ଥାନରେ ଥିଲା । ୨୦୨୩ ମସିହାରେ ମଧ୍ୟ ଭାରତ ୮୨ ତମ ସ୍ଥାନ ପାଇଥିଲା ।

Leave a Reply