Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରତ୍ନଭଣ୍ଡାରକୁ ନେଇ କହିଲେ ଜଷ୍ଟିସ୍ ରଥ ଗଣତି ମଣତି ପାଇଁ ଏସ୍‌ଓପି ପ୍ରସ୍ତୁତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରତ୍ନଭଣ୍ଡାରକୁ ନେଇ କହିଲେ ଜଷ୍ଟିସ୍ ରଥ ଗଣତି ମଣତି ପାଇଁ ଏସ୍‌ଓପି ପ୍ରସ୍ତୁତ

କେବେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ମଣତି? ଏହି ପ୍ରଶ୍ନ ଏବେ ପ୍ରତିଟି ଜଗନ୍ନାଥପ୍ରେମୀଙ୍କ ମନରେ । ତେବେ ଆଉ ବିଳମ୍ବ ନୁହେଁ । ରତ୍ନ ଗଣତି ମଣତି ପାଇଁ ପ୍ରସ୍ତୁତ ହୋଇସାରିଛି ଏସ୍‌ଓପି । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ବୁଧବାର ସେ ପୁରୀ ଆସିଥିବା ବେଳେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ମରାମତି ପରେ ଗଣତି, ମଣତି ଆରମ୍ଭ ହେବ । ରତ୍ନଭଣ୍ଡାର ମରାମତି ପାଇଁ ଏଏସ୍‌ଆଇକୁ ହସ୍ତାନ୍ତର କରିବ ଶ୍ରୀମନ୍ଦିର ପ୍ରଶାସନ । ଗଣତି ମଣତି ପରେ ରତ୍ନ ଓ ଅଳଙ୍କାର ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଷ୍ଟିସ୍ ରଥ କହିଛନ୍ତି । ବାହାର ଓ ଭିତର ରତ୍ନଭଣ୍ଡାରରୁ ରତ୍ନଅଳଙ୍କାର ସ୍ଥାନାନ୍ତର କରାଯାଇ ମନ୍ଦିର ମଧ୍ୟରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ୍‌ରୁମରେ ରଖାଯାଇଛି । ରତ୍ନଭଣ୍ଡାର ଖୋଲାଯିବା ପରେ ବି ରତ୍ନଭଣ୍ଡାରକୁ ନେଇ ଚର୍ଚ୍ଚାଥମୁନି । କାରଣ ଭିତର ଭଣ୍ଡାରରୁ ରତ୍ନ ସ୍ଥାନାନ୍ତରକୁ କିଛିଦିନ ବିତିଯାଇଥିଲେ ମଧ୍ୟ ଗୁପ୍ତ କୋଠରୀ ଓ ସୁଡ଼ଙ୍ଗର ସନ୍ଧାନ ପାଇଁ କେବେ ଲେଜର ସ୍କାନିଂ ଏବଂ ଡିପିଆର୍‌ଏସ୍ ହେବ । ଏଥିପାଇଁ ନୂଆ ଏସ୍‌ଓପି କେବେ ଆସିବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି । କେହି କେହି କୋଣାର୍କ ସୂର୍ଯ୍ୟମନ୍ଦିର ଭଳି ରତ୍ନଭଣ୍ଡାରର ବି ଏଣ୍ଡୋସ୍କୋପି ଉପରେ ଜୋର ଦେଇଛନ୍ତି । ତେବେ ରତ୍ନଭଣ୍ଡାରର ସ୍ଥାୟିତ୍ୱ ସହ ଭଣ୍ଡାରରୁ ବାହାରିଥିବା ରତ୍ନ-ଅଳଙ୍କାର ସବୁର ଚିହ୍ନଟ, ଗଣତି-ମଣତି କାମ ବି ଶୀଘ୍ର ଆରମ୍ଭ କରାଯିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ରଙ୍କ କହିବା ଅନୁଯାୟୀ, ପ୍ରଥମେ ଲେଜର ସ୍କାନିଂ ଓ ଜିପିଆରଏସ୍ ବା ଗ୍ରାଉଣ୍ଡ ପେନିଟ୍ରେଟିଂ ସର୍ଭେ କାର୍ଯ୍ୟ ସରିଲା ପରେ ଯଦି ବାସ୍ତବରେ ସେଭଳି କିଛି ଗୁପ୍ତ କୋଠରୀର ସନ୍ଧାନ ମିଳେ, ତାହେଲେ ସେ ଭିତରେ କ’ଣ ରତ୍ନ ଅଳଙ୍କାର ଅଛି, ତା’ର ଯାଞ୍ଚ ସହ ସଂରକ୍ଷଣ ବି ଜରୁରୀ । ତେଣୁ ସେଇ ଅନୁସାରେ ପରବର୍ତ୍ତୀ ସମୟରେ ଏଏସ୍‌ଆଇକୁ ମରାମତି ପାଇଁ ଦିଆଯିବା ଦରକାର । ସେହିପରି ଅନ୍ୟତମ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ମଧ୍ୟ ସରକାର ଏନେଇ ଏସଓପି ଆଣି, ଦରକାର ପଡ଼ିଲେ କୋଣାର୍କ ସୂର୍ଯ୍ୟମନ୍ଦିର ଭଳି ରତ୍ନଭଣ୍ଡାରର ଢାଞ୍ଚାଗତ ଦୁର୍ବଳତା ଓ ଅନ୍ୟ ରହସ୍ୟ ଉନ୍ମୋଚନ ପାଇଁ ଏଣ୍ଡୋସ୍କୋପି ଉପରେ ଜୋର୍ ଦେଇଛନ୍ତି । ଅପରପକ୍ଷେ ବିଶେଷଜ୍ଞଙ୍କର ବି ମତ ଲେଜର ସ୍କାନିଂ ଏବଂ ଏଣ୍ଡୋସ୍କୋପି ଜରିଆରେ ବହୁ ପୁରାତନ ମନ୍ଦିର ଏବଂ ମନୁମେଣ୍ଟ ଭିତରେ ଥିବା ଢାଞ୍ଚାଗତ ଦୋଷ ଦୁର୍ବଳତା ଏବଂ ଭିତରର ରହସ୍ୟ ସମ୍ପର୍କରେ ଜାଣିବାରେ କୌଣସି ଅସୁବିଧା ହେବନି ।

Leave a Reply