Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏବିଭିପି ବାରିପଦା ସାଙ୍ଗଠନିକ ଜିଲ୍ଲାରେ ୫ଠଠଠ ସଦସ୍ୟତା ଲକ୍ଷ୍ୟ ଛାତ୍ର ସଂସଦ ନିର୍ବାଚନ ପାଇଁ ଏବିଭିପି ପ୍ରସ୍ତୁତ: ଅରିଜିତ ପଟ୍ଟନାୟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏବିଭିପି ବାରିପଦା ସାଙ୍ଗଠନିକ ଜିଲ୍ଲାରେ ୫ଠଠଠ ସଦସ୍ୟତା ଲକ୍ଷ୍ୟ ଛାତ୍ର ସଂସଦ ନିର୍ବାଚନ ପାଇଁ ଏବିଭିପି ପ୍ରସ୍ତୁତ: ଅରିଜିତ ପଟ୍ଟନାୟକ

ବାରିପଦା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶୃଙ୍ଖଳିତ ଦାୟିତ୍ୱବାନ ଛାତ୍ର ସଂଗଠନ ହିସାବରେ ଦୀର୍ଘ ୭୬ ବର୍ଷ ଧରି ସାମାଜିକ ଓ ଶିକ୍ଷା କ୍ଷେତ୍ରରେ କାମ କରି ଆସୁଛି । ପ୍ରତି ଶିକ୍ଷାବର୍ଷରେ ନୂତନ ବିଦ୍ୟାର୍ଥୀମାନଙ୍କୁ ବିଦ୍ୟାର୍ଥୀ ପରିଷଦ ସହିତ ଯୋଡିବା ଏବଂ ରାଷ୍ଟ୍ରୀୟ ପୁନଃନିର୍ମାଣ ପାଇଁ ସଂକଳ୍ପ ବଦ୍ଧ ହୋଇ କାର୍ଯ୍ୟକରିବେ ଏବିଭିପି ତା ପାଇଁ ପ୍ରତି ଶିକ୍ଷା ବର୍ଷରେ ସଦସ୍ୟତା ଅଭିଯାନ ଆରମ୍ଭ କରିଥାଏ । ଚଳିତ ଶିକ୍ଷା ବର୍ଷରେ ଏବିଭିପି ଓଡିଶା ୨,୫୦,୦୦୦ ସଦସ୍ୟତାର ଲକ୍ଷ୍ୟ ନେଇଛି ଓ ବାରିପଦା ସାଙ୍ଗଠନିକ ଜିଲ୍ଲାରେ ୫,୦୦୦ ସଦସ୍ୟତା ଲକ୍ଷ୍ୟ ନେଇଛନ୍ତି । ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ନୂତନ ବିଦ୍ୟାର୍ଥୀଙ୍କ ପାଖରେ ଏବିଭିପି ପହଞ୍ଚି ସଦସ୍ୟତା ଆରମ୍ଭ କରିସାରିଲାଣି । ଚଳିତ ମାସ ୧୮ ତାରିଖରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ସଦସ୍ୟତା ଅଭିଯାନ ଜାରି ରହିବ । ବିଭିନ୍ନ କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀମାନଙ୍କୁ ଯୋଡିବା ପାଇଁ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ କରି ସାରିଲାଣି । ସେହିପରି ଓଡ଼ିଶାରେ ଦୀର୍ଘ ୬ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ କ୍ୟାମ୍ପସରେ ଅନେକ ସମସ୍ୟା ରହିଛି । ରାଜ୍ୟରେ କୁଢ଼ କୁଢ଼ ଅଧ୍ୟାପକ ମରୁଡି ଓଡ଼ିଶାରେ କ୍ୟାମ୍ପସ୍‌ରେ ଶୈକ୍ଷିକ ବାତାବରଣକୁ ବିଜୁ ଛାତ୍ର ଜନତା ଦଳ ଏବଂ ଅନେକ ରାଜନୈତକ ଦଳମାନେ ନଷ୍ଟ କରିବାରେ ସଫଳ ହେଉଛନ୍ତି । ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ ପ୍ରବାସରେ ଆସିଥିବା ସମୟରେ କହିଛନ୍ତି, ଏବିଭିପି ପ୍ରତ୍ୟକ କ୍ୟାମ୍ପସରେ ହେଲ୍ପ ଡେସ୍କ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହିତ କ୍ୟାମ୍ପସରେ ଥିବା ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ି ସାରିଲାଣି । ଛାତ୍ରଛାତ୍ରୀଙ୍କ ମନରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳୁଛି । ବ୍ୟକ୍ତିତ୍ୱ ବିକାଶ ପାଇଁ ଛାତ୍ର ସଂସଦ ନିର୍ବାଚନ ହେବାର ଆବଶ୍ୟକତା ଅଛି ଏବଂ ଛାତ୍ର ସଂସଦ ନିର୍ବାଚନ ହେଲେ କ୍ୟାମ୍ପସରେ ଥିବା ସମସ୍ୟାର ସମାଧାନର ବାଟ ଫିଟିବ । ଆଉ ଆମେ ଦୃଢ଼ ଆଶାବାଦୀ ନୂତନ ସରକାର ଓଡିଶାରେ ଛାତ୍ର ସଂସଦ ନିର୍ବାଚନର ବାଟ ଖୋଲିବେ । ଚଳିତ ବର୍ଷର ସଦସ୍ୟତା ଅଭିଯାନରେ ଓଡ଼ିଶାର ବିଦ୍ୟାର୍ଥୀ ଅଧିକ ସଂଖ୍ୟାରେ ଯୋଡିହୋଇ ଏବିଭିପିର ସଦସ୍ୟ ହୁଅନ୍ତୁ ବୋଲି ଏବିଭିପି ଆହ୍ୱାନ କରୁଛି । ଏହି ପ୍ରେସ୍‌ବାର୍ତ୍ତାରେ ଜିଲ୍ଲା ସଂଯୋଜକ ଶେଖର୍ ବେହେରା, ନଗର ସହସମ୍ପାଦିକା ଶୁଭସ୍ମିତା ମହାନ୍ତ ଉପସ୍ଥିତ ଥିଲେ ।

Leave a Reply