Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମା’ମଝିଘରିଆଣୀ ମନ୍ଦିରରେ ଚାଲିଛି ଗଣତି, ବାହାରୁଛି ପୁଳାପୁଳା ଟଙ୍କା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମା’ମଝିଘରିଆଣୀ ମନ୍ଦିରରେ ଚାଲିଛି ଗଣତି, ବାହାରୁଛି ପୁଳାପୁଳା ଟଙ୍କା

ରାୟଗଡା : ରାୟଗଡ଼ାର ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଖୋଲିଛି । ୩ ମାସ ପରେ ହୁଣ୍ଡି ଖୋଲାଯାଇଛି । ଏଥିରୁ ପୁଳାପୁଳା ଟଙ୍କା ବାହାରିଛି । ଯେତେ ଗଣିଲେ ମଧ୍ୟ ସରୁନି । ଏହି ଟଙ୍କାକୁ ଗଣିବାକୁ ୨୦୦ ମହିଳା ଲାଗିଛନ୍ତି । ଦେବୋତ୍ତର ବିଭାଗ ଓ ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଏହି ଗଣତି ଚାଲିଛି । ପୋଲିସର କଡା ସୁରକ୍ଷା ଭିତରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ସକାଳ ୯ରୁ ଖୋଲାଯାଇ ଗଣତି ଚାଲିଛି । ଗଣତି କାର‌୍ୟ୍ୟରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସେଚ୍ଛାସେବୀ ଓ ଛାତ୍ରୀଛାତ୍ରଙ୍କୁ ନିୟୋଜିତ କରାଯାଇଛି । ଗଣତିରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା ସାମିଲ ହୋଇଛନ୍ତି । ଚଳିତ ଥର ୭୦ ରୁ ୮୦ ଲକ୍ଷ ଟଙ୍କା ମିଳିବ ବୋଲି ମନ୍ଦିର କମିଟି ଆଶା ରଖିଛି । ମାର୍ଚ୍ଚ ୧୮ ତାରିଖ ଦିନ ମନ୍ଦିର ପରିସରରେ ଥିବା ସମୁଦାୟ ୯ଟି ଦାନବାକ୍ସରୁ ନଗଦ ଆକାରରେ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା, ୬୨ ଗ୍ରାମ ସୁନା, ୨ କେଜି ୩୦୦ ଗ୍ରାମ ରୁପା ଓ ବିଦେଶୀ ମୁଦ୍ରା ୬୬ଟା, ଅଚଳ ୨ହଜାର ଟଙ୍କା, ୫୦୦ ଟଙ୍କା ମିଳିଥିଲା

Leave a Reply