Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୃଷିକ୍ଷେତ୍ରରେ ଅଭିବୃଦ୍ଧି ୩.୫ ବୃଦ୍ଧିପାଇବ ପୁଞ୍ଜି ବ୍ୟୟବରାଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୃଷିକ୍ଷେତ୍ରରେ ଅଭିବୃଦ୍ଧି ୩.୫ ବୃଦ୍ଧିପାଇବ ପୁଞ୍ଜି ବ୍ୟୟବରାଦ

ଭୁବନେଶ୍ୱର: ବୁଧବାର ସଂଧ୍ୟାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଯୋଜନା ଓ ସଂଯୋଜନ ବିଭାଗ ଦ୍ୱାରା ପ୍ରକାଶିତ ରାଜ୍ୟ ଅର୍ଥନୈତିକ ସର୍ଭେର ଆକଳନ ଅନୁସାରେ, ଆର୍ôଥକବର୍ଷ ୨୦୨୩-୨୪ ପାଇଁ ରାଜ୍ୟର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ । ଏହି ହାର ଗତ ଆର୍ôଥକବର୍ଷ ୨୦୨୨-୨୩ରେ ୭.୯% ରହିଥିଲା । ଶିଳ୍ପ ଏବଂ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁ ଏହା ସମ୍ଭବ ହୋଇପାରିଥିବା ସର୍ଭେରେ କୁହାଯାଇଛି । ଓଡିଶାରେ ମୁଣ୍ଡପିଛା ଆୟ ୨୦୨୩- ୨୪ ରେ ୧,୬୧,୪୩୭ ଟଙ୍କାରେ ପହଞ୍ଚିଛି । ଯାହା ଦେଶର ଜାତୀୟ ମୁଣ୍ଡପିଛା ଆୟ ୧,୮୪,୨୦୫ ଟଙ୍କା ଠାରୁ ପ୍ରାୟ ୧୨.୪% କମ୍ । କୃଷିକ୍ଷେତ୍ର ୨୦୨୩-୨୪ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧି ହାର ୩.୫% ରହିବା ନେଇ ଆକଳନ କରାଯାଇଛି । ସେହିପରି ଶିଳ୍ପକ୍ଷେତ୍ରରେ କରାଯାଉଥିବା ଅଗ୍ରୀମ ଆକଳନ ଅନୁସାରେ ୨୦୨୩-୨୪ ବର୍ଷରେ ଓଡିଶାରେ ଅଭିବୃଦ୍ଧି ହାର ୮.୭% ହେବ । ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୯.୨% ରହିବ ବୋଲି ଆକଳନ ହୋଇଛି । ନିତି ଆୟୋଗ ଅନୁଯାୟୀ, ବହୁବିଧ ଦାରିଦ୍ର‌୍ୟ ଅନୁପାତ ହାର ବର୍ଷ ୨୦୧୫-୧୬ ରେ ୨୯.୩ ପ୍ରତିଶତ ଥିବା ବେଳେ ୨୦୧୯-୨୧ ବେଳକୁ ଏହା ୧୫.୭ ପ୍ରତିଶତକୁ ହ୍ରାସପାଇଛି । ଏହି ବର୍ଷଗୁଡିକ ଭିତରେ ପ୍ରାୟ ୬୨ଲକ୍ଷରୁ ଅଧିକ ରାଜ୍ୟବାସୀ ଦାରିଦ୍ର‌୍ୟ ସୀମାରେଖାରୁ ମୁକ୍ତ ହେଇଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ଆର୍ôଥକବର୍ଷ ୨୦୨୩-୨୪ରେ ପୁଞ୍ଜି ବୟବରାଦ ପ୍ରାୟ ୫୧,୬୮୩ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଜିଏସ୍‌ଡିପି (ରାଜ୍ୟ ସକଳ ଘରୋଇ ଉତ୍ପାଦ) ପ୍ରାୟ ୬.୨% ରହିଛି । ପୂର୍ବବର୍ଷ ତୂଳନାରେ ଏହି ପରିମାଣ ପ୍ରାୟ ୩୪.୯ ପ୍ରତିଶତ ଅଧିକ । ଭିତ୍ତିଭୂମି କ୍ଷେତ୍ରରେ ଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଗାମୀ ବର୍ଷଗୁଡିକରେ ପୁଞ୍ଜି ବ୍ୟୟବରାଦ ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ଆକଳନରେ ଦର୍ଶାଯାଇଛି । ସେହିପରି ମୁଣ୍ଡପିଛା ବ୍ୟୟ ଗ୍ରାମାଞ୍ଚଳରେ ମାସିକ ୨୯୫୦ଟଙ୍କା ଓ ସହରାଞ୍ଚଳରେ ୫୧୮୭ଟଙ୍କା ରହିଛି । କେବଳ ସେତିକି ନୁହେଁ, ରାଜ୍ୟର ଲୋକଙ୍କ ହାରାହାରି ଆୟୁଷ(ଜୀବନକାଳ) ବିଗତ ୧୬ବର୍ଷ ମଧ୍ୟରେ ପ୍ରାୟ ୧୦ବର୍ଷ ବୃଦ୍ଧିପାଇଛି । ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ୍ ଜନସଂଖ୍ୟା ହାରାହାରି ୪.୬୪କୋଟି ଆକଳନ କରାଯାଇଛି । ଯାହାକି ଗତ ୨୦୨୨- ୨୩ ମସିହା ତୁଳନାରେ ପ୍ରାୟ ୨୦ଲକ୍ଷ ଅଧିକ । ରାଜ୍ୟର ଆର୍ôଥକ ଅଭିବୃଦ୍ଧିର ଗୋଲାପୀ ଚିତ୍ର ସରକାର ଦେଉଥିଲେ ମଧ୍ୟ ଏବେ ବି ୧୫.୬୮% ଲୋକ ଦାରିଦ୍ର‌୍ୟ ସ୍ଥିତିରେ ରହିଛନ୍ତି । ୨୦୧୫- ୧୬ରେ ଏହି ଦାରିଦ୍ର‌୍ୟ ହାର ୨୯.୩୪% ଥିବାବେଳେ ୨୦୧୯-୨୦ରେ ଏହା ୧୫.୬୮%କୁ ହ୍ରାସ ପାଇଥିଲା । ପ୍ରାୟ ୬୨.୬ଲକ୍ଷ ଲୋକ ଦାରିଦ୍ର‌୍ୟ କବଳରୁ ମୁକ୍ତି ପାଇଥିଲେ । କିନ୍ତୁ ଜାତୀୟସ୍ତରରେ ଦାରିଦ୍ର‌୍ୟହାର ହାରାହାରି ୧୪.୯୬% ରହିଛି । ଯାହାକି ଓଡ଼ିଶା ତୁଳନାରେ କମ୍ । ରାଜ୍ୟରେ ୪୦.୭% ଲୋକ ପକ୍କାଘର ବା ବାସଗୃହରୁ ବଂଚିତ ଥିବାବେଳେ ୩୯.୮% ପରିମଳରୁ, ୧୩.୫% ପାନୀୟଜଳରୁ ବଞ୍ଚିତ ଅଛନ୍ତି ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ଏବେ ଓଡ଼ିଶାର ୫୯% ପରିବାର ପାଖରେ ପକ୍କାଘର ରହିଥିବା ଏନଏଫଏସଏଚ୍ ରିପୋର୍ଟରେ ଉଲ୍ଲେଖ ଅଛି ବୋଲି ଅର୍ଥନୀତିକ ସର୍ଭେରେ ଦର୍ଶାଯାଇଛି । ରାଜ୍ୟ ସରକାରଙ୍କ ଆର୍ôଥକ ଅଭିବୃଦ୍ଧି ହାର ଜାତୀୟହାର ତୁଳନାରେ ଅଧିକ ରହୁଥିଲେ ମଧ୍ୟ ଆର୍ôଥକ ପ୍ରଦର୍ଶନ ଉତ୍ସାହଜନକ ରହିନାହିଁ । ରାଜ୍ୟର ବଜେଟ୍ ଆକାର କ୍ରମାଗତ ବଡ଼ ହୋଇଥିବାବେଳେ ତଦନୁସାରେ ରାଜ୍ୟର ଆର୍ôଥକ ପ୍ରଦର୍ଶନ ହୋଇନଥିବା ଜଣାପଡ଼ିଛି ।

Leave a Reply