ଅପହଞ୍ଚ ଅଞ୍ଚଳରେ ବରଦାନ ସାଜିଛି ବାଇକ୍ ଆମ୍ବୁଲାନ୍ସ

ବାରିପଦା: ଆଦିବାସୀ ବହୁଳ ତଥା ବଣ ପାହାଡ଼ଘେରା ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ବିଭିନ୍ନ ଭୌଗୋଳିକ ପ୍ରତିବନ୍ଧକ ରହିଛି । ତେଣୁ ଲୋକଙ୍କ ଦୁଆର ମୁହଁରେ ଜରୁରି କାଳୀନ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଏକ ଆହ୍ୱାନ ହୋଇଥାଏ । ଏବେ ଏହି ସମସ୍ୟାର ସମାଧାନ ହୋଇପାରିଛି ବାଇକ ଆମ୍ବୁଲାନ୍ସ ଦ୍ୱାରା । ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ସହାୟତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ଏହି ବାଇକ ଆମ୍ବୁଲାନ୍ସ ସେବା ଭୌଗୋଳିକ ପ୍ରତିବନ୍ଧକ ଥିବା ରାଇରଙ୍ଗପୁର, ଯଶିପୁର, କୁସୁମି ଏବଂ ବିଜାତଳା ବ୍ଲକ ପାଇଁ ୨୦୨୧ରୁ ମୋଟ ୪ଟି ଆମ୍ବୁଲାନ୍ସ ସେବା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ପରିଚାଳନା କରାଯାଉଥିବା ବେଳେ ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ୫ ହଜାରରୁ ଅଧିକ ରୋଗୀ ସେବା ପାଉ ଥିବାର ଜଣାଯାଇଛି । ତା\’ଭିତରେ ବରିଷ୍ଠ ନାଗରିକ, ଗର୍ଭବତୀ ମା\’, ଶିଶୁ ଓ ସଡ଼କ ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତି ବିଶେଷ ଉପକୃତ ହେଉଛନ୍ତି । ବାଇକ ଆମ୍ବୁଲାନ୍ସଗୁଡ଼ିକୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଯୋଡ଼ା ଯାଇଛି । ଏଥିରେ ଜଣେ ଲେଖାଏଁ ଡ୍ରାଇଭର ନିୟୋଜିତ ହୋଇଛନ୍ତି । ଆଖ ପାଖ ଗାଁରେ କୌଣସି ଲୋକଙ୍କର ଜରୁରି କାଳୀନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ସ୍ଥାନୀୟ ଆଶା କର୍ମୀ ବାଇକ ଆମ୍ବୁଲାନ୍ସକୁ ଫୋନ କରିଥାନ୍ତି । ଦୁଆର ମୁହଁରୁ ରୋଗୀଙ୍କୁ ଶୀଘ୍ର ଡାକ୍ତରଖାନାରେ ପହଞ୍ଚାଇ ଆବଶ୍ୟକ ଚିକିତ୍ସା ଯୋଗାଇଦେବା ପରେ ପୁଣି ଘର ପାଖରେ ଆଣି ଛାଡ଼ିଥାଏ ଏହି ବାଇକ ଆମ୍ବୁଲାନ୍ସ । ମୟୂରଭଞ୍ଜ ଜିଲ୍ଲାରେ ଅନେକ ଗାଁ ପାହାଡ଼ିଆ ଅଞ୍ଚଳରେ ଅପହଞ୍ଚ ହୋଇ ରହିଛି । ଜରୁରି କାଳୀନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ବଡ଼ ଆମ୍ବୁଲାନ୍ସ ପହଞ୍ଚି ପାରିନଥାଏ । ସେ ସବୁ ସ୍ଥାନରେ ବାଇକ ଆମ୍ବୁଲାନ୍ସ ସେବା ବେଶ ସହାୟକ ହୋଇପାରୁଛି । ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାନଝରଣ ଗାଁର ଆଶାକର୍ମୀ ମୀନା ମହାନ୍ତ । ସେହିପରି ସାନଝରଣ ଗାଁର ସାଉଁରୁ ମାର୍ଣ୍ଡି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କିଛି ମାସ ତଳେ ତାଙ୍କ ଜେଜେ ମା\’ଙ୍କର ଦେହ ଖରାପ ହୋଇଥିଲା । ସେ ବାଇକ ଆମ୍ବୁଲାନ୍ସରେ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ସେଠାରେ ଡାକ୍ତରଙ୍କୁ ଦେଖାଇ ଆବଶ୍ୟକ ଔଷଧ ଆଣି ଘରକୁ ଫେରିଥିଲେ । ତାଙ୍କ ଘର ପାହାଡ଼ିଆ ଅଞ୍ଚଳରେ ହୋଇଥିବାରୁ ବଡ଼ ଆମ୍ବୁଲାନ୍ସ ଯିବା ଆସିବା କରିବାରେ ଅସୁବିଧା ହୋଇଥାଏ । ଏଣୁ ବାଇକ ଆମ୍ବୁଲାନ୍ସ ସେବା ତାଙ୍କ ପାଇଁ ବେଶ ସୁବିଧାଜନକ ହୋଇପାରିଛି ବୋଲି ସେ କହିଛନ୍ତ

Leave a Reply

Your email address will not be published. Required fields are marked *