Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମଲଲାଙ୍କ ଛବି ଥିବା ଡାକ ଟିକେଟ୍ ଲୋକାର୍ପିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମଲଲାଙ୍କ ଛବି ଥିବା ଡାକ ଟିକେଟ୍ ଲୋକାର୍ପିତ

ନୂଆଦିଲ୍ଲୀ: ଭାରତ ଓ ଲାଓସ ପକ୍ଷରୁ ପ୍ରଥମଥର ପାଇଁ ରାମଲଲାଙ୍କ ଛବି ଥିବା ଡାକ ଟିକେଟକୁ ଲୋକାର୍ପଣ କରାଯାଇଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବେ ଲାଓସ ଗସ୍ତରେ ଅଛନ୍ତି । ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଆଯୋଧ୍ୟାରେ ଥିବା ରାମଲଲାଙ୍କ ଫଟୋ ଥିବା କୌଣସି ଡାକ ଟିକେଟ ପ୍ରଥମଥର ପାଇଁ ଲୋକାର୍ପଣ ହୋଇଛି । ଷ୍ଟାମ୍ପ ସେଟ୍‌ରେ ୨ଟି ଡାକ ଟିକେଟ ରହିଛି । ଗୋଟିଏରେ ଲାଓସର ପୁରୁତାନ ରାଜଧାନୀ ଲୁଅରଙ୍ଗ ପ୍ରବାଙ୍ଗର ଭଗବାନ ବୁଦ୍ଧ ଓ ଆଉ ଗୋଟିଏରେ ଅଯୋଧ୍ୟାର ଭଗବାନ ରାମଙ୍କ ପ୍ରତିଛବି ରହିଛି । ଦୁଇ ଦେଶ ମଧ୍ୟରେ ଥିବା ରାମାୟଣ ଓ ବୌଦ୍ଧ ଧର୍ମ ଭଳି ସାଂସ୍କୃତି ଐତିହ୍ୟକୁ ଅଧିକ ରୁଦ୍ଧିମନ୍ତ କରିବାକୁ ଏପରି ଡାକ ଟିକେଟ ଜାରି କରାଯାଇଛି । ଲାଓସରେ ଆୟୋଜିତ ଏସିଆନ ମେକାନିଜିମ ମିଟିଂରେ ଯୋଗ ଦେବାକୁ ଲାଓସ ଯାଇଥିବା ଜୟଶଙ୍କର ସ୍ୱତନ୍ତ୍ର ଡାକ ଟିକେଟର ଅନାବରଣ ବିଷୟରେ ଘୋଷଣା କରିଛନ୍ତି । ତାଙ୍କ ସହ ଲାଓର ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଏସ୍ କୋମାସିଥ ଉପସ୍ଥିତ ରହିଥିଲେ । ଲାଓସର ଆତିଥ୍ୟକୁ ମଧ୍ୟ ଜୟଶଙ୍କର ପ୍ରଶଂସା କରିଛନ୍ତ

Leave a Reply