Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ମହୋତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ମହୋତ୍ସବ

କଟକ : ଶୁକ୍ରବାର ତୁଳସୀପୁରସ୍ଥ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୩୬ ତମ ‘ଶିଶୁ ମହୋତ୍ସବ\’ ମହାସମାରୋହରେ ପାଳିତ ହୋଇଯାଇଅଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନାରାୟଣ ପ୍ରସାଦ ଷଡଙ୍ଗୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟଅତିଥି ରୂପେ ନାଇଜର୍‌ର କୁଳସଚିବ ଡ. ଅଭୟ କୁମାର ନାୟକ, ସମ୍ମାନିତ ଅତିଥି ରୂପେ ଖ୍ରୀଷ୍ଟ ମହାବିଦ୍ୟାଳୟର ରସାୟନ ବିଜ୍ଞାନର ଅଧ୍ୟାପକ ଡ.ଅଶୋକ କୁମାର ସାହୁ ଯୋଗଦାନ କରିଥିଲେ । ମୁଖ୍ୟଅତିଥି ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସମ୍ପାଦକ ସଞ୍ଜୟ କୁମାର ପଟ୍ଟନାୟକ ଅତିଥିମାନଙ୍କୁ ଉପଢୌକନ ଦ୍ୱାରା ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟ ଅତିଥି ଆଗାମୀ ଭବିଷ୍ୟତର ବୈଜ୍ଞାନିକମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଶିଶୁମାନଙ୍କ ଦ୍ୱାରା ବିଜ୍ଞାନ ଓ ଗଣିତ ପ୍ରକଳ୍ପ, ପୁସ୍ତକ, ପୁରୁଣା ମୁଦ୍ରା, ଡାକଟିକଟ, ବିରଳ ଖଣିଜପଦାର୍ଥ, ଚିତ୍ରକଳା, ହସ୍ତକ୍ଷେପ, ମୀନାବଜାର ଓ ଶିଶୁବିକାଶ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା । ବିଜ୍ଞାନ ପ୍ରଦର୍ଶନୀରେ ୧୬୫ ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ପ୍ରକଳ୍ପର ବିଚାରକ ରୂପେ ପ୍ରସନ୍ନ କୁମାର ନନ୍ଦ, ବିନୋଦ କୁମାର ମିଶ୍ର, ଅନନ୍ତ କୁମାର ମିଶ୍ର, ପ୍ରେମାନନ୍ଦ ମହାକୁଡ ମୀନାବଜାରର ବିଚାରକ ରୂପେ ମଧୁଲିତା ମହାନ୍ତି ଓ ପ୍ରଭାବତୀ ପଢିହାରୀ ଯୋଗଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ. ଅଜୟ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ଭୂଗୋଳ ବିଭାଗର ଅଧ୍ୟକ୍ଷା ଡ. ରଞ୍ଜନା ବାଜପେୟୀ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଧର୍ମଶାଳା ହିମାଚଳ ପ୍ରଦେଶର ପଦାର୍ଥ ବିଜ୍ଞାନ ସହ ପ୍ରଧ୍ୟାପକ ଡ. ଗୌରୀଶଙ୍କର ସାହୁ ଯୋଗଦାନ କରି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । +୨ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ହୃଷିକେଶ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟକୁ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଚିତ୍ତରଞ୍ଜନ ଭୁକ୍ତା ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକୁ ବିଜ୍ଞାନ ଆଚାର୍ଯ୍ୟ ସ୍ମୃତିରଞ୍ଜନ ମହାନ୍ତି ପରିଚାଳନା କରିଥିବା ବେଳେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟ । ସହଯୋଗ କରିଥିଲେ ।

Leave a Reply