Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଆଇନ ଗୋଚାଲାଣ -୧୦ ଗୋରୁ ଓ ଗାଡି ଜବତ, ଜଣେ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଆଇନ ଗୋଚାଲାଣ -୧୦ ଗୋରୁ ଓ ଗାଡି ଜବତ, ଜଣେ ଗିରଫ

କଟକ: ବେଆଇନ ଗୋ ଚାଲାଣ ଅଭିଯୋଗରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ୧୦ଟି ଗୋରୁ ସମେତ ଗୋଟିଏ ଟାଟା ଇଣ୍ଟ୍ରା-ଭି-୩୦ ଗାଡି(ଓଡି-୦୨-ବିଜେଡ୩୬୪୩) ଜବତ କରି ତଦନ୍ତ ଜାରି ରଖିଛି । ଗିରଫ ଅଭିଯୁକ୍ତ ଜଣକ କଟକ ଜିଲ୍ଲା ବଡମ୍ବା ଥାନା ସୁନାପାଳ ଗ୍ରାମର ଛବି ନାଏକଙ୍କ ପୁଅ ସିଲୁ ନାଏକ(୨୩) । ଥାନା କନେଷ୍ଟବଳ /୩୪୬ ଅବିନାଶ ନନ୍ଦଙ୍କ ଏତଲା ଆଧାରରେ କ୍ୟାଣ୍ଟନମେଣ୍ଟ ଥାନାରେ ଗତ ୨୫ ତାରିଖରେ ଭାରତୀୟ ନ୍ୟାୟ ସଂହିତାର ୩୦୩(୨) / ୩୧୭(୨)/୩(୫) ଏବଂ ଓଡିଶା ଗୋ ହତ୍ୟା ନିରୋଧ ଆଇନର ସେକ୍ସନ ୭ ଓ ଗୋ ସଂପଦ ନିଷ୍ଠୁରତା ବିରୋଧୀ ଆଇନର ସେକ୍ସନ ୧୧(୧)(ଏ)(ଡି) ଆଧାରରେ ରୁଜୁ ହୋଇଥିବା ୧୧୯/ ୨୦୨୪ ନମ୍ବର ମାମଲାର ବିବରଣୀ ଅନୁସାରେ ୨୫ ତାରିଖ ସକାଳ ୫ଟା ସମୟରେ ଉପରୋକ୍ତ ଗାଡିକୁ ଗଡଗଡିଆ ଛକରେ ପୁଲିସ ଅଟକାଇଥିଲା । ସେହି ଗାଡିରେ ଚାଳକ ସିଲୁ ଓ ଅନ୍ୟମାନେ ୪ଟି ଗାଈ ଓ ୬ଟି ବଳଦକୁ ମିଶାଇ ମୋଟ ୧୦ଟି ଗୋରୁ ବେଆଇନ ଭାବେ ଅନୁଗୁଳ ପଟରୁ ଜଗତପୁର ଅଂଚଳକୁ ଚାଲାଣ କରୁଥିବାର ଜଣାପଡିଥିଲା । କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ସେସବୁ ଗୋରୁ ଓ ଗାଡିକୁ ଜବତ କରିବା ସହ ଚାଳକ ସିଲୁକୁ ଗିରଫ କରି ମାମଲାର ତଦନ୍ତ ଜାରି ରଖିଛି । ଥାନା ଏଏସଆଇ ଏ ହୁସେନ ଏହି ମାମଲାର ତଦନ୍ତ କରୁଛନ୍ତି । ମାମଲାର ତଦନ୍ତ ବେଳେ ଜଣାପଡିଛି ଯେ, ଅଭିଯୁକ୍ତ ସିଲୁ ଓ ଗାଡି ମାଲିକ ଏହି ବେଆଇନ ଗୋ ଚାଲାଣ କାରବାରରେ ସଂପୃକ୍ତ ଅଛନ୍ତି । ସେମାନେ ଏହି କାରବାର କିଛି ବର୍ଷ ହେଲା କରିଆସୁଛନ୍ତି । ପୁଲିସ ଜବତ କରିଥିବା ଗୋରୁମାନଙ୍କୁ ଜଗତପୁରର ଅନ୍ନପୂର୍ଣ୍ଣା ଗୋଶାଳାରେ ଛାଡିବା ସହ ଅଭିଯୁକ୍ତ ସିଲୁକୁ କୋର୍ଟ ଚାଲାଣ କରିଛି । ଆହୁରି ମଧ୍ୟ ସିଲୁର ଡ୍ରାଇଭିଂ ଲାଇସେନ୍ସ ନଥିବା ଏବଂ ଗାଡିର ଇନସ୍ୟୁରାନ୍ସ, ପ୍ରଦୂଷଣ ପ୍ରମାଣପତ୍ର ଓ ଫିଟନେସ ପ୍ରମାଣପତ୍ର ନଥିବାର ଜଣାପଡିଛି ।

Leave a Reply