Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଳମଛୁଇଁ ଶିଶୁମନ୍ଦିରରେ କାରଗିଲ୍ ବିଜୟ ଦିବସ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଳମଛୁଇଁ ଶିଶୁମନ୍ଦିରରେ କାରଗିଲ୍ ବିଜୟ ଦିବସ ପାଳିତ

ପରିସରରେ ୨୫ତମ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦୁର୍ଯ୍ୟୋଧନ ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ସେନା ଅଧିକାରୀ ଶତ୍ରୁଘ୍ନ ସାହୁ ଓ ସମ୍ମାନୀତ ଅତିଥି ଭାବରେ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ, କୋଷାଧ୍ୟକ୍ଷ ପଂଚାନନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିମାନେ କାରଗିଲ୍ ଯୁଦ୍ଧରେ ଶହୀଦ ହୋଇଥିବା ଭାରତୀୟ ବୀର ଜବାନମାନଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ଜଳନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ଛାତ୍ରଛାତ୍ରୀମାନଙ୍କୁ କାରଗିଲ୍ ବିଜୟ ଦିବସ ସମ୍ବନ୍ଧରେ ଆଲୋକପାତ କରିଥିଲେ । ୧୯୯୯ ମସିହା ମେ ମାସ ୩ ତାରିଖରେ ପାକିସ୍ଥାନ କାରଗିଲ୍ ଦଖଲ ପାଇଁ ଯୋଜନାବଦ୍ଧ ଭାବରେ ଭାରତ ଉପରେ ଆକ୍ରମଣ କରିଥିବା ବେଳେ ଆମ ଦେଶର ବୀର ଜବାନମାନେ ନିଜ ଜୀବନକୁ ବାଜି ଲଗାଇ ଶତ୍ରୁର ଉଚିତ୍ ମୁକାବିଲା କରଥିଲେ । ଏଥିରେ ପାକିସ୍ଥାନ ସେନା ପରାଜୟ ବରଣ କରିବା ସହ ୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖ ଦିନ ଭାରତୀୟ ସେନା ବିଜୟ ହାସଲ କରି କାରଗିଲ୍‌ରେ ବିଜୟ ଧ୍ୱଜା ଉଡାଇଥିଲେ । ତେଣୁ ଏହି ଦିବସଟିକୁ ସ୍ମରଣ କରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ କାରଗିଲ୍ ବିଜୟ ଦିବସ ପାଳନ କରାଯାଉଛି ବୋଲି ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ ସେନା ଅଧିକାରୀ ଶତ୍ରୁଘ୍ନ ସାହୁଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଶହୀଦମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଆଚାର୍ଯ୍ୟା ପ୍ରିୟଙ୍କା ବେହେରା,ମଳୟ ଦାସ ଓ ଦମୟନ୍ତୀ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନୀଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟ କୁମୁଦ ବେହେରା, ଚତୁର୍ଭୂଜ ସାହୁ, ଭଗବାନ ବେହେରା,ଅଭୟ ସାହୁ,ଦୁର୍ଯୋଧନ ସାହୁ,ସୁକନ୍ୟା ମାଝୀ,ସରୋଜା ବେହେରା,ଟୁନିତା ସାହୁ,ସୁଶ୍ରୀ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply