Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୩ ଟ୍ରକ ମହାକାଲଙ୍କ ଲଡୁ ଯିବ ଅଯୋଧ୍ୟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୩ ଟ୍ରକ ମହାକାଲଙ୍କ ଲଡୁ ଯିବ ଅଯୋଧ୍ୟା

ବର୍ତ୍ତମାନ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଛି । ୨୨ ଜାନୁୟାରୀ ୨୦୨୪ ରେ ଏକ ବିଶାଳ ସମାରୋହ ଆୟୋଜିତ ହେବାକୁ ଯାଉଛି । ଏହି ସମାରୋହରେ ବାବା ମହାକାଲଙ୍କ ଲଡୁ ପ୍ରସାଦ ଅଯୋଧ୍ୟାକୁ ପଠାଯାଉଛି । ଏହି ପ୍ରସ୍ତୁତି ଗୁଡ଼ିକ ଜୋରସୋରରେ ଚାଲିଛି । ପ୍ରସାଦ ପାଇଁ ଲଡୁ ତିଆରି କରୁଥିବା କାରିଗରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ଜାନୁୟାରୀ ୧୬ ରୁ ଏହି ଲଡୁ ଗୁଡ଼ିକୁ ଟ୍ରକରେ ରଖାଯିବ ଏବଂ ଅଯୋଧ୍ୟାକୁ ପଠାଯିବ । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶ୍ରୀ ରାମ ମନ୍ଦିରର ସମାରୋହରେ ମହାକାଲ ମନ୍ଦିରରୁ ୫ ଲକ୍ଷ ଲଡୁ ପ୍ରସାଦ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ମହାକାଲ ମନ୍ଦିର ପରିଚାଳନା କମିଟି ଦ୍‌ାରା ଲଡୁ ପ୍ରସାଦ ପ୍ରସ୍ତୁତ କରାଯାଉଛି । ମହାକାଲ ମନ୍ଦିରର ସହକାରୀ ପ୍ରଶାସକ କହିଛନ୍ତି ଯେ ୫ ଲକ୍ଷ ଲଡୁ ପାଇଁ ୫ ଲକ୍ଷ ପ୍ୟାକେଟ ପ୍ରସ୍ତୁତ କରାଯାଉଛି ଏବଂ ଏହା ପୂର୍ବରୁ ୮୦ ଜଣ କାରିଗର ଲଡୁ ତିଆରି କରୁଥିଲେ । କିନ୍ତୁ ସମୟକୁ ଦୃଷ୍ଟିରେ ରଖି ଆହୁରି ୨୦ ଜଣ କାରିଗର ବୃଦ୍ଧି କରାଯାଇଛି । ଏହିପରି ବର୍ତ୍ତମାନ ୧୦୦ କାରିଗର ପ୍ରତିଦିନ ଲଡୁ ତିଆରି କରିବାରେ ନିୟୋଜିତ ଅଛନ୍ତି । ଜାନୁଆରୀ ୧୬ ସୁଦ୍ଧା ଲଡୁ ପ୍ରସ୍ତୁତ ହେବ । ଏହା ପରେ ସେସବୁକୁ ଟ୍ରକରେ ରଖାଯାଇ ଅଯୋଧ୍ୟାକୁ ପଠାଇବା କାର୍ଯ୍ୟ ଆରମ୍ଭ ହେବ । ୨ ରୁ ୩ ଟ୍ରକରେ ଏହି ଲଡୁ ପଠାଯିବାର ସମ୍ଭାବନା ଅଛି ।

Leave a Reply