Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋ-ମାଂସ ବୋଝେଇ ଟ୍ରକ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ବଜରଙ୍ଗ ଦଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋ-ମାଂସ ବୋଝେଇ ଟ୍ରକ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ବଜରଙ୍ଗ ଦଳ

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ଡିଆର୍‌ଡିଏ ଛକ ନିକଟରେ ଶୁକ୍ରବାର ସକାଳେ ଏକ ଗୋ-ମାଂସ ବୋଝେଇ ଟ୍ରକ୍ ଜବତ ହୋଇଛି । ଏହା କଟକରୁ ହାଇଦ୍ରାବାଦ ଯାଉଥିବା ଜଣାପଡ଼ିଛି । ଏକ ଟ୍ରକ୍ ଯୋଗେ ଗୋରୁ ମାଂସ ଯାଉଥିବା କୌଣସି ପ୍ରକାରେ ସୂଚନା ପାଇଁ ବଜରଙ୍ଗୀ ଦଳ ସଦସ୍ୟମାନେ ଜୀବନକୁ ବାଜିରେ ଲଗାଇ ଗୋଡ଼ାଇ ଗୋଡ଼ାଇ ଡିଆର୍‌ଡିଏ ଛକ ନିକଟରେ ଅଟକାଇ ଥିଲେ । ପ୍ରାୟ ୧୨ ଟନ୍ ଗୋମାଂସ ଏହି ଟ୍ରକ୍‌ରେ ଥିଲା । ଡ୍ରାଇଭରଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି । ଗାଡ଼ିର କାଚ ମଧ୍ୟ ଭାଙ୍ଗି ଦେଇଛନ୍ତି ବଜରଙ୍ଗୀ ଦଳ । ଏହି କାରବାରର ମୁଖ୍ୟକୁ ତୁରନ୍ତ ଗିରଫ କରିବା ଦାବି କରିଛନ୍ତି ବଜରଙ୍ଗୀ ଦଳର ସଦସ୍ୟ । କିଛି ଦିନ ତଳେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା

Leave a Reply