Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଡିଜିଟାଲ ଆରେଷ୍ଟ ଫାଶରେ ଓଡ଼ିଶା! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଡିଜିଟାଲ ଆରେଷ୍ଟ ଫାଶରେ ଓଡ଼ିଶା!

ଭୁବନେଶ୍ୱର: ସାଇବର ଫ୍ରଡର ନୂଆ ତରିକା ଡିଜିଟାଲ ଆରେଷ୍ଟ ଫାଶରେ ପଡ଼ିଲାଣି କି ଓଡ଼ିଶା ? ନିକଟରେ କିଛି ଉଚ୍ଛ ପଦସ୍ତ ଅଧିକାରୀ ସାଇବର ଅପରାଧୀଙ୍କ ଜାଲରେ ଫସି ମୋଟା ଅଙ୍କରେ ଲୁଟର ଶିକାର ଅଭିଯୋଗ ପରେ ଏ ଘଟଣା ସାମ୍ନାକୁ ଆସିଛି । ଗତକାଲି କ୍ରାଇମବ୍ରାଞ୍ଚର ସାଇବର ସେଲ୍ ଦିଲ୍ଲୀରୁ ୨ ନାଇଜେରୀୟଙ୍କୁ ଗିରଫ କରି ଓଡ଼ିଶା ଆଣିବା ପରେ ଆମ ରାଜ୍ୟରେ ବି ଡିଜିଟାଲ ଆରେଷ୍ଟ ତରିକାର ନେଟୱାର୍କ ବଢୁଥିବା ନେଇ ଚର୍ଚ୍ଚା ହେଉଛି ।ସାଇବର ଲୁଟେରାଙ୍କ ଠକେଇର ନୂଆ ତରିକା ଡିଜିଟାଲ ଆରେଷ୍ଟ । ଅନଲାଇନରେ ବଡ଼ ବଡ଼ ଅଫିସରଙ୍କୁ ବୋକା ବନାଇ ଲୁଟୁଛନ୍ତି କୋଟି କୋଟି ଟଙ୍କା । ଗଲା କିଛି ମାସ ଭିତରେ ଓଡ଼ିଶାରେ ବି କାୟା ବିସ୍ତାର କଲାଣି ଡିଜିଟାଲ ଆରେଷ୍ଟ ତରିକାର ବଡ଼ ନେଟୱାର୍କ । ଡିସେମ୍ବର ୨୦୨୩ରେ ରାଜ୍ୟର ଜଣେ ଅବସରପ୍ରାପ୍ତ ବରିଷ୍ଠ ଆଇଏସ ଅଧିକାରୀଙ୍କଠାରୁ ଲୁଟ୍ ହୋଇଥିଲା ଅଢେଇକୋଟିରୁ ଅଧିକ ଟଙ୍କା । ପରେ ମେ ୨୦୨୪ରେ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ସାଇବର ଲୁଟେରା ଠକି ନେଇଥିଲେ ୩୦ ଲକ୍ଷ । ଏ ନେଇ କ୍ରାଇମବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ ପରେ ପୂର୍ବତନ ଆଇଏଏସଙ୍କୁ ଲୁଟ୍ ଘଟଣାର ପ୍ରାୟ ୭ ମାସ ପରେ ଲୁଟେରାଙ୍କ ପାଖରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ପୁଲିସ । ଗତକାଲି ଦିଲ୍ଲୀରୁ ଦୁଇ ନାଇଜେରୀୟ ନାଗରିକଙ୍କ ସହ ମୋଟ୍ ୩ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଛି କ୍ରାଇମବ୍ରାଞ୍ଚ୍‌

ପୁଲିସ । ସେହିଭଳି ଦ୍ୱିତୀୟ ଘଟଣାରେ ୫ଅନ୍ତର୍ଜାତୀୟ ଲୁଟେରାଙ୍କୁ ଜୁନ୍ ୧୮ରେ ଗିରଫଥିଲା କ୍ରାଇମବ୍ରାଞ୍ଚ । ଏ ଦୁଇଟି ଯାକହାଇପ୍ରୋଫାଇଲ୍ ଲୁଟ୍ ମାମଲା ସାମ୍ନାକୁ ଆସିବାପରେ ଏବେ ଓଡ଼ିଶାରେ ଯେ ଡିଜିଟାଲ ଆରେଷ୍ଟଲୁଟ୍ ତରିକାର ଜାଲ ବିଛା ସରିଛି, ସେ କଥାସ୍ପଷ୍ଟ । ତେଣୁ ବଡ଼ ବଡ଼ ଅଫିସରଙ୍କୁ ବିଭିନ୍ନସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତିଶରତ ଚନ୍ଦ୍ର ସାହୁ ପୁଲିସ ଅଧିକାରୀ ।କଣ ଏହି ଡିଜିଟାଲ ଆରେଷ୍ଟ? କେଉଁଉପାୟରେ ବଡ଼ ବଡ଼ିଆଙ୍କଠାରୁ ମୋଟା ଅଙ୍କରଲୁଟ୍ କରୁଛନ୍ତି ସାଇବର ଲୁଟେରା ?ବିଶଷଜ୍ଞଙ୍କ ମତରେ ଡାକ୍ତର, ବ୍ୟାଙ୍କର, ଉଚ୍ଚପଦପଦବୀରେ ଥିବା ଅଧିକାରୀଙ୍କୁ ଭୟଦେଖାଇ ଲୁଟେରା କରୁଛନ୍ତି ଡିଜିଟାଲଆରେଷ୍ଟ । ସାଇବର ଅପରାଧୀ ନିଜକୁସିବିଆଇ, ଆରବିଆଇ ଓ କ୍ରାଇମବ୍ରାଞ୍ଚଅଧିକାରୀ କହି ଭିଡିଓ କଲ ମାଧ୍ୟମରେ ଜେରାକରନ୍ତି । ଆଉ ଜେରା ବାହାନାରେ ହାସଲ କରିନିଅନ୍ତି ବ୍ୟାଙ୍କ ଆକାଉଣ୍ଟର ସବୁ ତଥ୍ୟ । ପରେଆଧାର କିମ୍ବା ପ୍ୟାନ କାର୍ଡର ତଥ୍ୟ ନେଇ ଅତିସହଜରେ ଆକାଉଣ୍ଟ ଖାଲି କରି ନିଅନ୍ତି ।

Leave a Reply