Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନକୁ ୭ ବିଲିୟନ ଡଲାର ଋଣଦେଲା ଆଇଏମ୍‌ଏଫ୍‌ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନକୁ ୭ ବିଲିୟନ ଡଲାର ଋଣଦେଲା ଆଇଏମ୍‌ଏଫ୍‌

ଇସ୍ଲାମାବାଦ: ଦେବାଳିଆ ସ୍ଥିତିରେ ଥିବା ପାକିସ୍ତାନ ପାଇଁ ଆଶ୍ୱସ୍ତିକର ଖବର ଆସିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍ ) ପାକିସ୍ତାନକୁ ୭ ବିଲିୟନ ଡଲାର ବା ୫୮ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିଛି । ଏହି ଋଣ ପାଇଁ ପାକିସ୍ତାନ ମାସ ମାସ ଧରି ଲଗାତାର ଅନୁରୋଧ କରିଚାଲିଥିଲା । କିଛି ସପ୍ତାହ ତଳେ ଆଇଏମଏଫର ଉଚ୍ଚସ୍ତରୀୟ କମିଟି ପାକିସ୍ତାନ ଗସ୍ତ କରି ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ । ଏବେ ଆଇଏମଏଫ ପାକିସ୍ତାନ ପାଇଁ ୭ ବିଲିୟନ ଆମେରିକୀୟ ଡଲାର (୧୯୪୫୭୦ ପାକିସ୍ତାନୀ ଟଙ୍କା)ର ଋଣ ପ୍ୟାକେଜକୁ ଅନୁମୋଦନ କରିଛି । ତେବେ ଏଥିପାଇଁ ପାକିସ୍ତାନକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ । ଅର୍ଥନୈତିକ ଓ ଆର୍ôଥକ ସଂସ୍କାର ସହିତ ଟିକସ ଆଧାର ମଧ୍ୟ ବୃଦ୍ଧି କରିବାକୁ ପଡ଼ିବ । ସବସିଡିରେ ମଧ୍ୟ ସଂସ୍କାର ଆଣିବାକୁ ପଡ଼ିବ । ସାଧାରଣ ଲୋକଙ୍କ ସହିତ ବିଶେଷ କରି କୃଷକମାନଙ୍କୁ ଏହାର କ୍ଷତି ସହିବାକୁ ପଡ଼ିପାରେ । ଏହା ଫଳରେ ଦେଶରେ ଜନଅସନ୍ତୋଷ ଆହୁରି ବଢିବାର ସମ୍ଭାବନା ରହିଛି । ବିଶ୍ୱବ୍ୟାପୀ ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ କୁଖ୍ୟାତ ପାକିସ୍ତାନର ଆର୍ôଥକ ଅବସ୍ଥା ବର୍ଷ ବର୍ଷ ଧରି ଅତ୍ୟନ୍ତ ଖରାପ ରହିଛି । ପଡ଼ୋଶୀ ଦେଶ ନିଜର ଚୁଲା ଜଳାଇବା ପାଇଁ ଆଇଏମଏଫ୍ କୁ ବାରମ୍ବାର ହାତ ପତେଇଚାଲିଥିଲା । ଏଥିସହିତ ପାକିସ୍ତାନକୁ ଅର୍ଥନୈତିକ ସଂସ୍କାର ଆଣିବାକୁ ଆଇଏମଏଫ୍ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave a Reply