Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଛୁରୀ ଚାଲାଣ ଘଟଣାରେ ୩ ଅଭିଯୁକ୍ତ ଗିରଫ ଗୋଚାଲାଣକାରୀଙ୍କ ବିରୁଦ୍ଧରେ ପୋଲିସ୍‌ର କଡ଼ା କାର୍ଯ୍ୟାନୁଷ୍ଠାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଛୁରୀ ଚାଲାଣ ଘଟଣାରେ ୩ ଅଭିଯୁକ୍ତ ଗିରଫ ଗୋଚାଲାଣକାରୀଙ୍କ ବିରୁଦ୍ଧରେ ପୋଲିସ୍‌ର କଡ଼ା କାର୍ଯ୍ୟାନୁଷ୍ଠାନ


କାକଟପୁର : ଗତ ଗୁରୁବାର ବାଙ୍କେଶ୍ୱରଠାରେ ବେଆଇନ ଗୋଚାଲାଣ ହେଉଥିବା ଖବର ପାଇ କାକଟପୁର ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଟିମ୍ ସଦଳେବଳେ ଚଢ଼ଉ କରି ୨୮ ଟି ଅଣ୍ଡିରା ବାଛୁରୀ ଉଦ୍ଧାର କରିଥିବାବେଳେ ଗୋଚାଲାଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଫେରାର ଅଭିଯୁକ୍ତମାନଙ୍କୁ କାକଟପୁର ପୋଲିସ ପକ୍ଷରୁ ଗିରଫ କରାଯାଇଥିବା ବେଳେ ଶନିବାର ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି । ବାଙ୍କେଶ୍ୱର ଗ୍ରାମରେ ବାରମ୍ବାର ଗୋଚାଲାଣ ହେଉଥିବା ଅଭିଯୋଗ ହେବା ପରେ କାକଟପୁର ପୋଲିସ୍ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗିରଫ ୩ ଅଭିଯୁକ୍ତମାନେ ହେଲେ ବାଙ୍କେଶ୍ୱର ଗ୍ରାମର ଶେଖ ଫରିତୁଲ୍ଲାଙ୍କ ୩ ପୁଅ ଶେଖ୍ ଆଦତ, ଶେଖ୍ ଯାହାଙ୍ଗୀର, ଶେଖ୍ ଦାଉଦ । ଏମାନଙ୍କ ବିରୁଦ୍ଧରେ ପଶୁ ନିଷ୍ଠୁରତା ଆଇନ ବଳରେ ଦଫା ୩୦୨(୨), ୩୧୭(୨),୩(୫) ବିଏନଏସ ରେ ମାମଲା ରୁଜୁ କରାଯାଇଛି ।

Leave a Reply