କାର୍ଗିଲ ଯୁଦ୍ଧର ରଜତ ଜୟନ୍ତୀ ଅବସରରେ ଓଡ଼ିଆ ପୁଅ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜକୁ ଦିଲ୍ଲୀରେ ବୀରତ୍ୱ ପୁରସ୍କାରରେ ସମ୍ମାନିତ କରାଯିବ

କାର୍ଗିଲ ଯୁଦ୍ଧର ରଜତ ଜୟନ୍ତୀ ଅବସରରେ ଓଡ଼ିଆ ପୁଅ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜକୁ ଦିଲ୍ଲୀରେ ବୀରତ୍ୱ ପୁରସ୍କାରରେ ସମ୍ମାନିତ କରାଯିବ

ଭାରତର ସ୍ମରଣୀୟ କାର୍ଗିଲ ଯୁଦ୍ଧକୁ ପୂରିଛି ୨୫ବର୍ଷ । ଏହି ଯୁଦ୍ଧରେ ଭାରତୀୟ ବୀର ଯବାନ୍‌ମାନେ ପାକିସ୍ତାନକୁ ପରାସ୍ତ କରି ତ୍ରିରଙ୍ଗା ଫରଫର ଉଡ଼ାଇଥିଲେ । ଏଲ୍‌ଓସିରୁ ପାକିସ୍ତାନୀ ସୈନ୍ୟଙ୍କୁ ବିତାଡ଼ିତ କରିବା ପାଇଁ ହୋଇଥିବା କାର୍ଗିଲ୍ ଯୁଦ୍ଧ ଆଜି ବି ସ୍ମରଣୀୟ ହୋଇରହିଛି । ୫୨୭ ବୀର ଯବାନ୍‌ଙ୍କ ବଳିଦାନକୁ ମନେ ପକାଉଛି ସାରା ଦେଶ । ତେବେ କାର୍ଗିଲ ଯୁଦ୍ଧର ରଜତ ଜୟନ୍ତୀ ଅବସରରେ ଓଡ଼ିଆ ପୁଅ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଜୟ କୁମାର ଭଞ୍ଜକୁ ଦିଲ୍ଲୀରେ ବୀରତ୍ୱ ପୁରସ୍କାରରେ ସମ୍ମାନିତ କରାଯିବ । ଏଥିପାଇଁ ତାଙ୍କୁ ଦିଲ୍ଲୀ ଡକରା ହୋଇଛି । ୧୯୬୪ ଜାନୁଆରୀ ମାସରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ ବାରିପଦାର ଅଜୟ ଭଞ୍ଜ । ସେ ଭାରତୀୟ ବାୟୁସେନାର ସବୁଠୁ ଲଢୁଆ ବିମାନ ‘ମିରାଜ-୨୦୦୦’ର ମୁଖ୍ୟ ଇଞ୍ଜିନିୟର ଥିଲେ । ତାଙ୍କ ଅଧୀନରେ ୨୪ଟି ମିରାଜ ଯୁଦ୍ଧ ଜାହାଜ ସହ ଅନେକ କନିଷ୍ଠ ଇଞ୍ଜିନିୟର କାର୍ଯ୍ୟକରୁଥିଲେ । ସେ ଗ୍ୱାଲିଅର ଏୟାର ବେସ୍‌ରେ କାର୍ଯ୍ୟ କରୁଥିଲେ । କାର୍ଗିଲ୍ ଯୁଦ୍ଧ ପୂର୍ବରୁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଜୟ ଲଢ଼ିଥିଲେ ୧୯୭୧ ମସିହାର ବାଂଲାଦେଶ ଓ ୧୯୬୫ ମସିହାର ପାକିସ୍ତାନ ଯୁଦ୍ଧ । ଏଥପାଇଁ ସେ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି । ଜୁଲାଇ ୧୬ତାରିଖରେ ନୂଆଦିଲ୍ଲୀର ସରସାୱାରେ କାର୍ଗିଲ ଦିବସର ରଜତ ଜୟନ୍ତୀ ଉତ୍ସବ ପାଳନ କରାଯିବ । ଏଥିପାଇଁ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅଜୟଙ୍କୁ ନିମନ୍ତ୍ରଣ କରାଯାଇଛି । ଭାରତୀୟ ସେନା ପକ୍ଷରୁ ତାଙ୍କୁ ଗ୍ଲାଲାଣ୍ଟ୍ରି ଆୱାର୍ଡ ଦିଆଯିବ ବୋଲି ଜଣାଯାଇଛି ।

Leave a Reply