Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧୯୭୮ ତାଲିକା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧୯୭୮ ତାଲିକା

ଶେଷ ଥର ପାଇଁ ୧୯୭୮ ମସିହାରେ ଖୋଲାଯାଇଥିଲା ଭିତର ରତ୍ନଭଣ୍ଡାର । ସେହିବର୍ଷ ମେ ୧୩ରୁ ଜୁଲାଇ ୨୩ ଯାଏଁ ୭୧ ଦିନ ଧରି ଚାଲିଥିଲା ଗଣତି ମଣତି । ମିଳିଥିଲା ମସ୍ତକ, କର୍ଣ୍ଣ, ନାକ, ବେକ, ବାହୁ, ମଣିବନ୍ଧ, ଅଙ୍ଗୁଳି, ଅଣ୍ଟା, ପାଦର ଅଳଙ୍କାର ଓ ଅନ୍ୟ ସ୍ୱର୍ଣ୍ଣ ଆଭୁଷଣ । ତା’ସହ ରୂପାର ପୂଜା ଉପକରଣ, ବାସନକୁସନ ଓ ଅନ୍ୟାନ୍ୟ ସାମଗ୍ରୀ । ଦସ୍ତାବିଜ କହୁଛି, ଦୈନନ୍ଦିନ ଲାଗୁଥିବା ଆଭୂଷଣ ସମେତ ୩ ଶ୍ରେଣୀର ଅଳଙ୍କାର ଥିବା ରତ୍ନଭଣ୍ଡାରରେ ସେତେବେଳେ ମୋଟ୍ ୪୫୪ ପ୍ରକାରର ୧୨ ହଜାର ୮୩୮ ଭରିର ସୁନା ଅଳଙ୍କାର, ୨୯୩ ପ୍ରକାରର ୨୨ ହଜାର ୧୫୩ ଭରିର ରୂପା ଅଳଙ୍କାର ଥିଲା । ମୂଲ୍ୟବାନ ପଥର ସମେତ ଅଳଙ୍କାର ଗୁଡ଼ିକର ଓଜନ ମପାଯାଇଥିଲା । ଏବେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି ବେଳେ ୧୯୭୮ ମସିହାର ଏହି ତାଲିକା ସହ ମେଳ କରାଯିବ ।

Leave a Reply