Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତାଲା ଭାଙ୍ଗି ଭିତର ଭଣ୍ଡାର ଖୋଲାଗଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତାଲା ଭାଙ୍ଗି ଭିତର ଭଣ୍ଡାର ଖୋଲାଗଲା

ପୁରୀ: ଭିତର ରତ୍ନଭଣ୍ଡାର ତାଲା ଚାବିରେ ଖୋଲିପାରିଲା ନାହିଁ । ଟ୍ରେଜେରିରୁ ଯେଉଁ ଚାବି ଆସିଥିଲା ସେଥିରେ ତାଲା ଖୋଲିଲା ନାହିଁ । ଏଣୁ ଏସ୍‌ଓପି ଅନୁସାରେ ତାଲା ଭାଙ୍ଗି ଭିତର ଭଣ୍ଡାର ଖୋଲାଗଲା । ବାହାର ଭଣ୍ଡାର ଅଳଙ୍କାର ସବୁ ସ୍ଥାନାନ୍ତର ହୋଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଏସ୍‌ଓପି ଅନୁସାରେ ବାହାର ରତ୍ନଭଣ୍ଡାର ତାଲା ଖୋଲାଗଲା । ତାଲା ଖୋଲାଯାଇ ସବୁ ଅଳଙ୍କାର ସ୍ଥାନାନ୍ତରଣ କରାଗଲା । ଚାଙ୍ଗଡ଼ା ଘର, ଫୁଲ ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସ୍ଥାନାନ୍ତର ହୋଇଛି । ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପରେ ସିଲ୍ କରାଯାଇଛି ବୋଲି କହିଛନ୍ତି । ତେବେ ଭିତର ରତ୍ନଭଣ୍ଡାର ଖୋଲିଥିବା ବେଳେ ସେଥିରୁ କୌଣସି ଅଳଙ୍କାର ସ୍ଥାନାନ୍ତର ହୋଇନଥିବା କହିଛନ୍ତି ମୁଖ୍ୟପ୍ରଶାସକ । ସେ ଆହୁରି କହିଛନ୍ତି, ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ଭିତରକୁ ଗଲୁ । ବାହାର ରତ୍ନଭଣ୍ଡାର ପରେ ଭିତର ରତ୍ନଭଣ୍ଡାର ଗେଟ୍‌କୁଗଲୁ । ସେଠାରେ ଥିବା ୩ଟି ତାଲା ଟ୍ରେଜେରିରୁ ଆସିଥିବା ଚାବିରେ ଖୋଲିଲାନି । ଏଣୁ ନିୟମାନୁସାରେ ସେଠାରେ ପଡ଼ିଥିବା ୩ଟି ତାଲା ଭଙ୍ଗାଗଲା । ତାଲା ଭଙ୍ଗାଗଲା ପରେ ଭଣ୍ଡାର ଭିତରକୁ ପୂରା କମିଟି ଗଲା । ଅଳଙ୍କାର ସବୁ ସେଠାରେ ସିନ୍ଦୁକ, ଆଲମାରୀରେ ରହିଥିଲା । ତେବେ ସିନ୍ଦୁକ, ଆଲମାରୀଗୁଡ଼ିକୁ ଖୋଲିଲୁ ନାହିଁ । ତାକୁ ସ୍ଥାନାନ୍ତରଣ କରିବା ସମ୍ଭବ ନଥିଲା । ଏଣୁ ଖୋଲାଗଲାନି ବୋଲି କହିଛନ୍ତି ଶ୍ରୀ ପାଢ଼ୀ । ଅନ୍ୟପଟେ ତଢ଼ଉ କରଣ କହିଛନ୍ତି ଯେ ଭିତରେ ପାଣି ଜକଉଛି । ଚଟାଣ ଓଦାଥିବା ସୂଚନା ମିଳୁଛି । ତଥାପି ଭିତରେ ସବୁ ଠିକ୍‌ଅଛି ବୋଲି କହିଛନ୍ତି ତଢ଼ଉ କରଣ ।

Leave a Reply