Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନରେ କ୍ଷୀର ଉପରେ ଲାଗିଲା ଟିକସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନରେ କ୍ଷୀର ଉପରେ ଲାଗିଲା ଟିକସ


କରାଚୀ: ପାକିସ୍ତାନ ଦିନକୁ ଦିନ ଆର୍ଥିକ ସଙ୍କଟରେ ପଡୁଛି । ଏବେ ପାକିସ୍ତାନ ସରକାର କ୍ଷୀର ଉପରେ ଟିକସ ଲଗାଇବା ପରେ କ୍ଷୀର ମୂଲ୍ୟ ଏକ ପଞ୍ଚମାଂଶରୁ ଅଧିକ ବୃଦ୍ଧି ପାଇଛି । ଫଳରେ ଫ୍ରାନ୍ସ, ଅଷ୍ଟ୍ରେଲିଆ ଏବଂ ଅନ୍ୟ ବିକଶିତ ଦେଶ ତୁଳନାରେ କରାଚୀରେ କ୍ଷୀର ମୂଲ୍ୟ ଅଧିକ ମହଙ୍ଗା ହୋଇଛି । କରାଚିରେ ପ୍ରକ୍ରିୟାକୃତ କ୍ଷୀର ୩୭୦ଟଙ୍କା (୧.୩୩ ଡଲାର)ରେ ବିକ୍ରି ହେଉଛି । ବ୍ଲୁମବର୍ଗର ତଥ୍ୟ ଅନୁଯାୟୀ ଆମଷ୍ଟରଡାମରେ କ୍ଷୀର ଲିଟର ୧.୨୯ ଡଲାର ଥିବା ବେଳେ ପ୍ୟାରିସରେ ୧.୨୩ ଡଲାର ଏବଂ ମେଲବର୍ଣ୍ଣରେ ୧.୦୮ ଡଲାର ରହିଛି । ପୂର୍ବରୁ ପାକିସ୍ତାନରେ କ୍ଷୀର ଉପରେ ଟିକସ ଲାଗୁ ନ ଥିବା ବେଳେ ଗତ ସପ୍ତାହରେ ଜାତୀୟ ବଜେଟରେ ପ୍ୟାକେଟ୍ କ୍ଷୀର ଉପରେ ୧୮% ଟିକସ ଲାଗୁ କରାଯାଇଥିଲା । ବର୍ଦ୍ଧିତ କ୍ଷୀର ମୂଲ୍ୟ ଦକ୍ଷିଣ ଏସିଆ ଦେଶରେ ମୁଦ୍ରାସ୍ଫୀତି ବଢ଼ାଇବାରେ ସହାୟକ ହେବ । ଯେଉଁଠାରେ ମଜୁରୀ ସ୍ଥିର ହୋଇଯିବାରୁ ଖର୍ଚ୍ଚ କରିବା ଶକ୍ତି କମିଛି । ଏହି ମୂଲ୍ୟ ବୃଦ୍ଧି ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ମଧ୍ୟ ଖରାପ କରିପାରେ । ପାକିସ୍ତାନରେ ପ୍ରାୟ ୪୦% ଲୋକ ଦାରିଦ୍ର‌୍ୟ ଜୀବନ ବିତାଉଛନ୍ତି । ମୂଲ୍ୟ ବୃଦ୍ଧି ଫଳରେ ପୁଷ୍ଟିହୀନତାର ଶିକାର ହୋଇଥିବା ଲୋକେ କ୍ଷୀର କିଣିବାକୁ ଅସମର୍ଥ ହେବେ, ଫଳରେ ପୁଷ୍ଟିହୀନତା ବୃଦ୍ଧିପାଇବ । ୫ ବର୍ଷରୁ କମ୍ ପାକିସ୍ତାନୀ ଶିଶୁଙ୍କ ମଧ୍ୟରୁ ପ୍ରାୟ ୬୦% ରକ୍ତହୀନତା ଏବଂ ୪୦% ଅଳ୍ପବୃଦ୍ଧି ରୋଗରେ ପୀଡ଼ିତ । ଗତ ସପ୍ତାହରେ ହୋଇଥିବା ବଜେଟରେ ପାକିସ୍ତାନ ୪୦% ଟିକସ ବୃଦ୍ଧି କରିଛି । ଫଳରେ ଦରଦାମ ବୃଦ୍ଧି ପାଇଛି ।

Leave a Reply