Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶସ୍ତା ହେବ ଜରୁରୀ ଔଷଧ! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶସ୍ତା ହେବ ଜରୁରୀ ଔଷଧ!

ନୂଆଦିଲ୍ଲୀ : ଖାଦ୍ୟ ସାମଗ୍ରୀ ଜିନିଷ ମହଙ୍ଗା ହେଲେ ଯେପରି ସର୍ବସାଧାରଣଙ୍କ ଉପରେ ଚଡକ ପଡେ ଔଷଧ ଦାମ୍ ମହଙ୍ଗା ହେଲେ ସମାନ ପରିସ୍ଥିତି ଭୋଗିବାକୁ ପଡେ । ତେବେ ଜୁଲାଇରେ ଶସ୍ତା ହୋଇପାରେ ଅନେକ ଜରୁରୀ ଓ ନିତ୍ୟ ବ୍ୟବହାର ତଥା ଦୀର୍ଘ ଦିନ ରୋଗ ପାଇଁ ବ୍ୟବହାର କରାଯାଉଥିବା ଔଷଧ । ଔଷଧ ଏପରି ଏକ ଜିନିଷ ଯାହାକୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହାର ଆବଶ୍ୟକତା ରହିଥାଏ । ମାତ୍ର ସବୁଠାରୁ ବଡ କଥା ସଭିଏଁ ମହଙ୍ଗା ଔଷଧ ଓ ଔଷଧ ଦାମ୍ ବୃଦ୍ଧି ହେଲେ ଏହାକୁ କିଣିବାକୁ ସକ୍ଷମ ହୋଇପାରନ୍ତି ନାହିଁ । ବିଶେଷ କରି ଗରିବ ଲୋକେ ମହଙ୍ଗା ଔଷଧ କିଣି ପାରନ୍ତି ନାହିଁ । ସରକାର ଏହି ସମସ୍ୟାକୁ ଗୁରୁତର ସହ ନେବା ସହ ପ୍ରାୟ ୧୦୦ ପ୍ରକାରର ଔଷଧ ଦାମ୍ ହ୍ରାସ କରିବା ନେଇ ଯୋଜନା କରୁଛନ୍ତି । ବିଶେଷ କରି ଅଧିକ ଦିନ ଧରି ରହୁଥିବା ରୋଗ ପାଇଁ ବ୍ୟବହାର କରାଯାଉଥିବା ଔଷଧ ମୂଲ୍ୟ ଶସ୍ତା ହୋଇପାରେ । ଜୁଲାଇ ଶେଷ ସପ୍ତାହ କିମ୍ବା ଅଗଷ୍ଟରେ ଦାମ୍ କମିବାର ରହିଛି । କେଉଁ କେଉଁ ଔଷଧ ଦାମ୍ ଶସ୍ତା ହେବ ସେନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ମାତ୍ର ବିଭାଗୀୟ ସୂତ୍ରରୁ ଯେଉଁ ଔଷଧ ଦାମ୍ କମ୍ ହେବ ତା’ର ଏକ ତାଲିକା ପ୍ରସ୍ତୁତ କରାଯାଇଛି ।

Leave a Reply