Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ସମର୍ପଣ ହୋଇ ସେବା କାମରେ ଲାଗିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ସମର୍ପଣ ହୋଇ ସେବା କାମରେ ଲାଗିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ଆଗମନକୁ ସ୍ୱାଗତ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’ହିଙ୍ଗୁଳାଙ୍କ ପବିତ୍ର ପୀଠରେ ସଫେଇ କାର୍ଯ୍ୟରେ ସାମିଲ ହୋଇ ଶ୍ରମଦାନ କରିଛନ୍ତି । ମା’ ହିଙ୍ଗୁଳାଙ୍କ ଦର୍ଶନ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତା ଜାନୁଆରୀ ୨୨ ତାରିଖରେ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଏହି ପବିତ୍ର ଦିନ ଅଯୋ୍ମାରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବ । ପ୍ରଧାନମନ୍ତ୍ରୀ ମୋଦି ଏବଂ ସମଗ୍ର ସାଧୁ ସନ୍ଥ ସମାଜ ଏକତ୍ରିତ ହୋଇ ଏହି ଭବ୍ୟ ମୁହୂର୍ତର ମୁକସାକ୍ଷୀ ହେବେ । ପ୍ରଭୁ ଶ୍ରୀରାମଙ୍କ ସ୍ୱାଗତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି ଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଭାରତବର୍ଷର ସବୁ ମନ୍ଦିର ଓ ତୀର୍ଥକ୍ଷେତ୍ରକୁ ସ୍ୱଚ୍ଛ ରଖିବା ପାଇଁ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି । ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ସମର୍ପଣ ହୋଇ ସେବା କାମରେ ଲାଗିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଆଜି ଦେଶ ରାମମୟ ହୋଇଛି ଏବଂ ‘ସିୟାବର ରାମଚନ୍ଦ୍ର କୀ ଜୟ’ ଓ ‘ବଜରଙ୍ଗୀବାଲି କି ଜୟ’ ନାରାରେ ପ୍ରକମ୍ପିତ ହେଉଛି । ଦେଶରେ ଆଧ୍ୟାତ୍ମିକତାର ନୂଆ ଜାଗରଣ ତିଆରି ହୋଇଛି । ଏହି ସମୟରେ ଆମ ସମସ୍ତଙ୍କର ଦାୟିତ୍ୱ, ଆମେ ଆମର ନିକଟସ୍ଥ ଦେବାଳୟ, ଶକ୍ତିପୀଠ, ଗ୍ରାମ ଦେବତୀଙ୍କ ମନ୍ଦିର ତଥା ତୀର୍ଥସ୍ଥାନକୁ ସ୍ୱଚ୍ଛ ଓ ପବିତ୍ର ରଖିବା । ଜାନୁଆରୀ ୨୨ ତାରିଖରେ ଦୀପ ଜାଳି ଦିନଟିକୁ ଦୀପାବଳି ଉତ୍ସବ ଭାବରେ ପାଳନ କରିବା । ପ୍ରଭୁ ଶ୍ରୀରାମଙ୍କ ନିକଟରେ କେନ୍ଦ୍ରମନ୍ତ୍ରୀ ସମସ୍ତଙ୍କ ଉତମ ସ୍ୱାସ୍ଥ୍ୟ ଓ ଉନ୍ନତି କାମନା କରିଛନ୍ତି । ଆଜିର ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ତାଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ମ୍ମ ସାମିଲ ହୋଇ ହିଙ୍ଗୁଳା ମନ୍ଦିର ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ । ବିଜେପି ତାଳଚେର ବିଧାନସଭାର ନେତା କାଳନ୍ଦି ସାମଲ, ରତ୍ନାକର ସାହୁ, ରାଜେନ୍ଦ୍ର ସିଂହ, ପର୍ଶୁରାମ ବାରିକ, ନରେଶ ଚନ୍ଦ୍ର ବେହେରା, ଗୋପାଳ ସାହୁ, ବିରଂଚି ସାହୁ, ମନୋଜ ପ୍ରଧାନ, ବିଭୁତି ସାହୁ,ନରେନ୍ଦ୍ର ସାହୁଙ୍କ ସମେତ ଶହ ଶହ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତା ଓ ସାଧାରଣ ଜନତା ସାମିଲ ହୋଇଥିଲେ ।

Leave a Reply