ଏବିଭିପି ଭଦ୍ରକ ଜିଲ୍ଲା ସମିତି


ଭଦ୍ରକ: ଢେଙ୍କାନାଳରେ ଅନୁଷ୍ଠିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା ପ୍ରଦେଶର ପ୍ରାନ୍ତ ଅଭ୍ୟାସ ବର୍ଗ- ୨ରେ ଶିକ୍ଷାବର୍ଷ ୨୦୨୪- ୨୫ ପାଇଁ ଏବିଭିପି ଭଦ୍ରକ ଜିଲ୍ଲା ସମିତି ଘୋଷଣା କରାଯାଇଛି । ରାଜ୍ୟ ସଭାପତି ଅଧ୍ୟାପିକା ଗାର୍ଗୀ ବାନାର୍ଜୀଙ୍କ ଅନୁମୋଦନ କ୍ରମେ ରାଷ୍ଟ୍ରୀୟ କାର୍ଯ୍ୟ ସମିତିର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତଥା ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ଦିଲ୍ଲୀପ ଦାସ ବିଭିନ୍ନ ସାଙ୍ଗଠନିକ ବିଭାଗ ଏବଂ ଜିଲ୍ଲା ସମିତି ଘୋଷଣା କରିଛନ୍ତି । ଏହି କ୍ରମରେ ଭଦ୍ରକ ଜିଲ୍ଲା ପ୍ରମୁଖ ଭାବେ ସୁ ସଙ୍ଗଠକ ସ୍ୱାଧୀନ ସୁନ୍ଦର ଦାସ, ଜିଲ୍ଲା ସହ ପ୍ରମୁଖ ଶିକ୍ଷାବିତ ପୁରୁଷୋତ୍ତମ ବେହେରା, ଅଧ୍ୟାପକ କିଶୋର କୁମାର ପୃଷ୍ଟି, ଜିଲ୍ଲା ସଂଯୋଜିକା ଭଦ୍ରକ ମହିଳା ମହାବିଦ୍ୟାଳୟର ଛାତ୍ରୀ ପାର୍ବତୀ ମିଶ୍ର , ସହ ସଂଯୋଜକ ଛାତ୍ରନେତା ଶ୍ରୀତମ ସାମଲ, ଆକାଶ ପଣ୍ଡା, ଠିକ ସେମିତି ବାଲେଶ୍ୱର ବିଭାଗ ସମିତି ପାଇଁ ସଂଗଠନ ସମ୍ପାଦକ ସମ୍ବିତ ପ୍ରସାଦ ରାଉତ, ସଂଯୋଜକ ଶୁଭ୍ର ସମ୍ବିତ ନାୟକ, ଭଦ୍ରକ ଜିଲ୍ଲାରୁ ବିଭାଗ ପ୍ରମୁଖ ଭାବେ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା, ସହ ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ଛାତ୍ରୀ ପ୍ରମୁଖ ଶୁଭ ଲକ୍ଷ୍ମୀ ପୃଷ୍ଟି, ରାଷ୍ଟ୍ରୀୟ ସଂଯୋଜିକା ପ୍ରିୟଙ୍କା ଦାଶ, ଏସ.ଏଫ.ଡି ସଂଯୋଜକ ବିଶ୍ୱନାଥ ଲାହା ସାଙ୍ଗଠନିକ ଦାଇତ୍ୱ ଗ୍ରହଣ କରିଛନ୍ତି । ଏହି ନୂତନ ସମିତି ଘୋଷଣା ପରେ ବିଦ୍ୟାର୍ଥୀ ପରିଷଦ ଭଦ୍ରକ ଜିଲ୍ଲାରେ କାର୍ଯ୍ୟକର୍ତ୍ତାଙ୍କ ମହଲରେ ଆନନ୍ଦ ଓ ଉତ୍ସାହ ବୃଦ୍ଧି ପାଇଛି । ନୂତନ ମନୋନୀତ ଜିଲ୍ଲା ପ୍ରମୁଖ ଶ୍ରୀ ଦାସ ଏବଂ ଜିଲ୍ଲା ସଂଯୋଜିକା ସୁଶ୍ରୀ ମିଶ୍ର ରାଜ୍ୟ ସଭାପତି ଶ୍ରୀମତୀ ବାନାର୍ଜୀ, ରାଜ୍ୟ ସଂଗଠନ ସମ୍ପାଦକ ବୈଲୋଚନ ସାହୁ ଏବଂ ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ପରବର୍ତ୍ତୀ ସମୟରେ ଜିଲ୍ଲା ଅଭ୍ୟାସ ବର୍ଗରେ ଜିଲ୍ଲା କ୍ଷେତ୍ରରେ ପାରଦର୍ଶି ଛାତ୍ରନେତାଙ୍କୁ ଜିଲ୍ଲା ସମିତିରେ ନିଆଯିବ ବୋଲି ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ ପ୍ରକାଶ କରିବା ସହ ଆଗାମୀ ଦିନରେ ବିଦ୍ୟାର୍ଥୀ ପରିଷଦକୁ ଜିଲ୍ଲାରେ ଆହୁରି ଶକ୍ତିଶାଳୀ କରାଯିବ ଏବଂ ଛାତ୍ରଛାତ୍ରୀଙ୍କ ଅଧିକାରୀ ପାଇଁ ଲଢ଼େଇ କରାଯିବ ବୋଲି ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଜିଲ୍ଲାରେ ୧୫ ହଜାର ଛାତ୍ରଛାତ୍ରୀଙ୍କୁ ସଦସ୍ୟତା କରାଯିବା ସହ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ଶତ ପ୍ରତିଶତ ସଫଳତା ଉପରେ ନଜର ଦିଆଯିବ ବୋଲି କହିଛନ୍ତି । ଜିଲ୍ଲାର ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ବାବଦରେ ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ସମାଧାନ କରାଯିବ ବୋଲି ଜିଲ୍ଲା ସଂଯୋଜିକା ପାର୍ବତୀ ମିଶ୍ର ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *