Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ନ୍ୟାୟ ସଂହିତା ଅଧୀନରେ ପ୍ରଥମ ମାମଲା ରୁଜୁ କଲା ସିବିଆଇ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ନ୍ୟାୟ ସଂହିତା ଅଧୀନରେ ପ୍ରଥମ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଜୁଲାଇ ୧ରୁ ଦେଶରେ ନୂଆ ଅପରାଧିକ ଆଇନ୍ ଲାଗୁ ହୋଇଛି । ଭାରତୀୟ ନ୍ୟାୟ ସଂହିତ ଦେଶରେ ଲାଗୁ ହେବା ପରେ ଏବେ ପୋଲିସ ନୂଆ ଆଇନ୍ ଅଧୀନରେ ମାମଲା ରୁଜୁ କରୁଛି । ଓଡ଼ିଶା,ମହାରାଷ୍ଟ୍ର ଏବଂ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ୍‌) ଅଧୀନରେ ମାମଲା ରୁଜୁ ହୋଇଛି । ଏବେ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ୍ (ସିବିଆଇ) ବିଏନଏସ୍ ଅଧୀନରେ ପ୍ରଥମ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଦିଲ୍ଲୀ ପୋଲସ ଅଧିକାରୀ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ନେଇ ମାମଲା ହୋଇଛି । ତିହାର ଜେଲରେ ବନ୍ଦୀ ଥିବା ଜଣେ କଏଦୀକୁ ବାହାର କରିବା ଲାଗି ସଂପୃକ୍ତ ପୋଲିସ ଅଧିକାରୀ ତାଙ୍କ ଭାଇଙ୍କୁ ଟଙ୍କା ମାଗିଥିଲେ । ଦିଲ୍ଲୀର ମ୍ୟାରିସ୍ ନଗରରେ ନାର୍କୋଟିକ୍ସ ସେଲରେ ଥିବା ହେଡ୍ କନଷ୍ଟେବଲ ରବୀନ୍ଦ୍ର ଢ଼ାକା ଏବଂ ପରବୀନ ସୈନୀଙ୍କ ବିରୋଧରେ ବିଏନଏସ୍ ୬୧ (୨) (ଅପରାଧିକ ଷଡ଼ଯନ୍ତ୍ର) ଏବଂ ଲାଞ୍ଚ ନେଇ ମାମଲା ରୁଜୁ କରିଛି ସିବିଆଇ । ଅଭିଯୋଗକାରୀଙ୍କ ଭାଇକୁ ତିହାର ଜେଲରୁ ମୁକୁଳାଇବା ଲାଗି ରବୀନ୍ଦ୍ର ଏବଂ ପରବୀନ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ସୂଚନା ଅନୁସାରେ, ସଂପୃକ୍ତ କଏଦୀ ପାଖରୁ ନିଷିଦ୍ଧ ଔଷଧ ମିଳିଥିଲା । ଏହି ଔଷଧ ଡାକ୍ତରଙ୍କ ବିନା ପ୍ରେସକ୍ରିପ୍ସନରେ ମିଳିପାରେ ନାହିଁ । ରବୀନ୍ଦ୍ର ଏବଂ ପରବୀନ୍ ଭୁଲ ତଥ୍ୟ ପ୍ରସ୍ତୁତ କରି କୋର୍ଟରେ ଦେଖାଇ ଅଭିଯୋଗକାରୀଙ୍କ ଭାଇକୁ ଜେଲରୁ ବାହାର କରିଥାନ୍ତେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାର ପ୍ରତିବଦଳରେ ସେମାନେ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏପରିକି ତଦନ୍ତ ଅଧିକାରୀ ଅଢ଼େଇ କୋଟି ଟଙ୍କା ନେବେ ବୋଲି ରବୀନ୍ଦ୍ର ଏବଂ ପରବୀନ ଦାବି କରିଥିବା ନେଇ ଜାଣିବାକୁ ପାଇଛି ସିବିଆଇ ।

Leave a Reply