Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୀମାନ୍ତ ଛତିଶଗଡ଼ରେ ପୁଣି ନକ୍ସଲ ହିଂସା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୀମାନ୍ତ ଛତିଶଗଡ଼ରେ ପୁଣି ନକ୍ସଲ ହିଂସା

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । ପୁଲିସ ଇନଫର୍ମର ସଂଦେହରେ ଜଣେ ଗ୍ରାମବାସୀକୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଛତିଶଗଡ଼ ସରକାରଙ୍କ ତରଫରୁ ଲଗାତାର ନକ୍ସଲ ଦମନ ଅଭିଯାନରେ ଚଢ଼ାଉ କରାଯାଇ ନକ୍ସଲଙ୍କୁ ମରାଯାଉଥିବା ଯୋଗୁଁ ନକ୍ସଲ ଏବେ ଘାଇଲା ବାଘ ଭଳି ହୋଇଛନ୍ତି । ସେମାନଙ୍କର ସମସ୍ତ ଠିକଣା ପୁଲିସକୁ ମିଳୁଛି । ତେବେ ନକ୍ସଲଙ୍କ ଗୁପ୍ତ ଠିକଣା କିପରି ପୁଲିସ ପାଉଛି ବୋଲି ନକ୍ସଲ ଏବେ ଗ୍ରାମବାସୀଙ୍କୁ ଟାର୍ଗେଟ କରୁଛନ୍ତି । ଗତ କିଛି ଦିନ ତଳେ ନାରାୟଣପୁର ଜିଲ୍ଲାରେ ୫ ଜଣ ନକ୍ସଲଙ୍କୁ ପୁଲିସ ମାରିଥିଲା । ଏଥିରେ ନକ୍ସଲ ଉତ୍ତେଜିତ ହୋଇ ପୁଲିସ ଇନଫର୍ମରକୁ ଖୋଜୁଥିଲେ । ଆବୁଝମାଡ ଅଂଚଳର ଧୁଲଧୁଲି ଅଂଚଳର ଚେତୁରାମ ମାଣ୍ଡବୀ ନାମକ ଜଣେ ଗ୍ରାମବାସୀକୁ ନକ୍ସଲ ହତ୍ୟା କରି ଏହି ଅଂଚଳରେ ଆତଙ୍କ ଖେଳାଇଛନ୍ତି । ଗତକାଲି ରାତିରେ ବହୁ ସଂଖ୍ୟାରେ ନକ୍ସଲ ଗାଁରେ ପହଞ୍ଚି ଚେତୁରାମଙ୍କୁ ଘରୁ ଉଠାଇ ନେଇ ଜଂଗଲରେ ନିସ୍ତୁକ ମାଡ ମାରିବା ସହ ହତ୍ୟା କରିଥିଲେ ।ପ୍ରକାଶ ଥାଉକି ଗତ ଜୁନ ୭ ତାରିଖରେ ପୁଲିସ ୬ ଜଣ ନକ୍ସଲକୁ ମାରିଥିଲା । ତେଣୁ ଏହି ଅଂଚଳରେ ନକ୍ସଲ ପହଞ୍ଚି ଲୋକଙ୍କୁ ଭୟଭିତ କରାଇବା ପାଇଁ ଜଣକୁ ହତ୍ୟା କରିଥିବା କୁହାଯାଉଛି ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୁରକ୍ଷାକର୍ମୀ ମଧ୍ୟ ଜଂଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଛନ୍ତି ।

Leave a Reply