Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାଗଜ କଲମ ଧରି ଥାନାରେ ପହଞ୍ଚିଲେ ବିଧାୟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାଗଜ କଲମ ଧରି ଥାନାରେ ପହଞ୍ଚିଲେ ବିଧାୟକ

ଜଗତସିଂହପୁର: ଏଫ୍‌ଆଇଆର୍ ଲେଖିବା ପାଇଁ ଥାନାରେ କାଗଜ କଲମ୍ କାଗଜ ମିଳୁନି । ଅଭିଯୋଗ କରିବା ପାଇଁ ଆସୁଥିବା ଲୋକଙ୍କୁ ଦୁର୍ବ୍ୟବହାର କରାଯାଉଛି । ତେଣୁ ଲୋକମାନେ ଥାନାକୁ ଯିବା ପାଇଁ ଭୟ କରୁଛନ୍ତି । ଆଜି ଏପରି ସଙ୍ଗୀନ ଅଭିଯୋଗ ଆଣି ଜଗତସିଂହପୁର ଥାନାରେ ପହଞ୍ଚିଛନ୍ତି ବିଧାୟକ ଅମରେନ୍ଦ୍ର ଦାସ । ଆଉ ଏଫ୍‌ଆଇଆର୍ ଲେଖାଇବା ପାଇଁ ଥାନାକୁ କାଗଜ ଓ କଲମ ଦେଇଛନ୍ତି । ଲୋକଙ୍କ ସରକାରରେ ଏପରି ଖବରକୁ ନେଇ ଆଜି ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚା ଚାଲିଛି । ବିଧାୟକ ଅମରେନ୍ଦ୍ର ଦାସ ନିର୍ବାଚନ ସମୟରେ ସରେଣ୍ଡର କରିଥିବା ନିଜର ବନ୍ଧୁକ ଆଣିବା ପାଇଁ ଗୁରୁବାର ସନ୍ଧ୍ୟାରେ ଜଗତସିଂହପୁର ଥାନାକୁ ଯାଇଥିଲେ । ସେହି ସମୟରେ ଜଣେ ବରିଷ୍ଠ ନାଗରିକଙ୍କୁ ଥାନା କର୍ମଚାରୀ ଦୁର୍ବ୍ୟବହାର କରିଥିବା ଦେଖିବାକୁ ପାଇଥିଲେ । ଏପରିକି ଏଫ୍‌ଆଇଆର୍ ଲେଖିବାକୁ କାଗଜ କଲମ ନଥିବା କହିଥିଲେ । ଯେଉଁଥିପାଇଁ ବ୍ୟକ୍ତି ଜଣକ ବିରକ୍ତି ପ୍ରକାଶ କରି ଥାନାରୁ ଫେରି ଯାଉଥିଲେ । ସେହି ସମୟରେ ସେ ବିଧାୟକଙ୍କୁ ସବୁ କଥା କହିଥିଲେ । ପୂର୍ବରୁ ମଧ୍ୟ ପୁଲିସ୍‌ଙ୍କ ବିରୋଧରେ ଏପରି ନାନା ଅଭିଯୋଗ ଶୁଣିଥିଲେ ଶ୍ରୀ ଦାସ । ବରିଷ୍ଠ ନାଗରିକଙ୍କ ଏପରି କଥା ବିଧାୟକଙ୍କୁ ବ୍ୟଥିତ କରିଥିଲା । ତେଣୁ ସେ ସେହି ସନ୍ଧ୍ୟାରେ ୪ ପ୍ୟାକେଟ୍ କାଗଜ ଓ ୨୦ଟି କଲମ ଧରି ଥାନାରେ ପହଞ୍ଚି ଥିଲେ । କାଗଜ କଲମ ରିସିଭ୍ କରିବା ପାଇଁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ମହିଳା କର୍ମଚାରୀଙ୍କୁ ଡାକିଥିଲେ । ହେଲେ ସେହି ସମୟରେ ଥାନାରେ ଥିବା ବରିଷ୍ଠ କର୍ମଚାରୀମାନେ ବିଧାୟକଙ୍କୁ ବହୁ ବୁଝାଇଥିଲେ । ମାତ୍ର ବିଧାୟକ ନିଜ ଜିଦ୍‌ରେ ଅଟଳ ରହିଥିଲେ । କାଗଜ କଲମ ରିସିଭ୍ କଲେ ଥାନାରୁ ଯିବେ ବୋଲି ରୋକ୍‌ଠୋକ୍ ଭାବେ କହିଥିଲେ । ପରେ ଥାନାବାବୁ ବାଧ୍ୟ ହୋଇ କାଗଜ ଓ କଲମ ରିସିଭ କରିଥିଲେ । ବିଧାୟକ ଅମରେନ୍ଦ୍ର ଦାସ କହିଛନ୍ତି, ସରକାର ହେଉଛନ୍ତି ସାଧାରଣ ଲୋକଙ୍କ ସରକାର । ତାଙ୍କ ପାଇଁ ଏ ସରକାର । ତେଣୁ ତାଙ୍କୁ ସମ୍ମାନ ଦେବା ଓ ସେବା ଯୋଗାଇଦେବା ଆମ ସରକାରର ପ୍ରାଥମିକତା । ହେଲେ ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକଙ୍କୁ ଠିକ୍ ଭାବେ ବ୍ୟବହାର ଦେଖାଯାଉନି । ଏଫଆଇଆର୍ ଲେଖିବା ପାଇଁ ଲୋକମାନେ ବହୁ ହଇରାଣ ହରକତ ହେଉଛନ୍ତି । ସେମାନଙ୍କୁ କାଗଜକଲମ ଯୋଗାଇ ଦେଉନାହାନ୍ତି । ତେଣୁ ଥାନାକୁ କାଗଜ ଓ କଲମ ଯୋଗାଇ ଦେଇଛି ବୋଲି ଶ୍ରୀ ଦାସ କହିଛନ୍ତି ।

Leave a Reply