Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାପାନରେ ଦିନକୁ ଥରେ ହସିବା ବାଧ୍ୟତାମୂଳକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାପାନରେ ଦିନକୁ ଥରେ ହସିବା ବାଧ୍ୟତାମୂଳକ

ଟୋକିଓ : ଜାପାନ ସରକାର ଦେଶବାସୀ ଦିନକୁ ଥରେ ଜୋ?ର୍ରେ ହସିବା ବାଧ୍ୟତାମୂଳକ କରିଛନ୍ତି । ଶାରୀରିକ ଏବଂ ମନସ୍ତାତ୍ତ୍ୱିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି । ଜାପାନର ୟାମାଗାତା ଅଞ୍ଚଳରେ ଏହାକୁ ପ୍ରଥମେ ଲାଗୁ କରାଯାଇଛି । ଏ ସମ୍ପର୍କରେ ଏକ ଅଧ୍ୟାଦେଶ ଚଳିତ ମାସ ୫ ତାରିଖରେ ଅଣାଯାଇଥିଲା । ପ୍ରାଦେଶିକ ଆସେମ୍ବ୍ଲିରେ ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ସମର୍ଥନ ମିଳିବା ପରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବ ଗୃହୀତ ହୋଇଥିଲା । ଜାପାନର ଗଣମାଧ୍ୟମ ସୂତ୍ରରୁ ଜଣାଯାଇଛି ଯେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶରେ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ଜୋ?ର୍ରେ ହସିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ତାଙ୍କର ଶାରୀରିକ ଏବଂ ମନସ୍ତାତ୍ତ୍ୱିକ ସ୍ତର ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ । ଜଣେ ଯେତେ ଅଧିକ ଥର ହସିବେ ତାହାଦ୍ୱାରା ତାଙ୍କଠାରେ କାର୍ଡିଓଭାସ୍କୁଲାର ରୋଗ ଆଶଙ୍କା ହ୍ରାସ ପାଇବ ବୋଲି ଜର୍ଣ୍ଣାଲ ଅଫ ଏପିଡେମିଓଲୋଜିରେ ପ୍ରକାଶିତ ଏକ ଲେଖାରେ କୁହାଯାଇଛି । ୟାମାଗାତା ୟୁନିଭରସିଟିର ଫାକଲଟି ଅଫ ମେଡିସିନର ଗବେଷକ ଦଳଙ୍କ ଦ୍ୱାରା ଏହି ଲେଖା ପ୍ରସ୍ତୁତ କରାଯାଇଛି । ନିଯୁକ୍ତିଦାତାଙ୍କୁ ମଧ୍ୟ ସେମାନଙ୍କ କର୍ମଚାରୀଙ୍କ ପାଇଁ ଏକ ଆନନ୍ଦପୂର୍ଣ୍ଣ ଏବଂ ହସଖୁସି ଭରା କାର?୍ୟ୍ୟ ପରିବେଶ ଯୋଗାଇଦେବାକୁ ପରାମର୍ଶ ଦିଆଯାଇଛି ।

Leave a Reply