Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମନ୍ଦିରରୁ ଚୋରି କଲେ ଦୁର୍ବୃତ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମନ୍ଦିରରୁ ଚୋରି କଲେ ଦୁର୍ବୃତ୍ତ

ଭୁବନେଶ୍ୱର ଅଟଳା ଗ୍ରାମର କୋଟକଣା ନିକଟ ଜଗନ୍ନାଥ ମନ୍ଦିରରେ ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ କଳାକନା ବୁଲାଛନ୍ତି । ସାମ୍ନାରେ ଲାଗିଥିବା ଗ୍ରିଲ୍‌ର ତାଲା ଭାଙ୍ଗି ମନ୍ଦିର ହୁଣ୍ଡିରୁ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ନେଇଯାଇଛନ୍ତି । ଏହା ସହ ମନ୍ଦିରରୁ ୨ଟି ଚିତା, ୨ଟି ରୁପା ଆଖି, ପିତଳ କଂସା ବାସନ, ପୂଜା ସାମଗ୍ରୀ ଏବଂ ପୂଜା ପାଇଁ ବ୍ୟବହୃତ ସମସ୍ତ ଆସବାପତ୍ର ଦୁର୍ବୃତ୍ତମାନେ ଲୁଟିନେଇଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି । ସକାଳୁ ପୂଜକ ପୂଜା କରିବା ପାଇଁ ମନ୍ଦିର ବେଢ଼ାରେ ପଶିବା ସମୟରେ ଦେଖିବାକୁ ପାଇଥିଲେ ଯେ ମନ୍ଦିର ଗ୍ରିଲ୍ ଖୋଲା ରହିବା ସହ ତାଲା ଭାଙ୍ଗି ତଳେ ପଡ଼ିଛି । ପୂଜକ ଗ୍ରାମବାସୀଙ୍କୁ ଏହା ଜଣାଇଥିଲେ । ଏ ସମ୍ପର୍କରେ ଗ୍ରାମବାସୀ ଥାନାକୁ ସୂଚନା ଦେବା ସହ ଲିଖିତ ଅଭିଯୋଗ କରିବା ପରେ ପାହାଳ ଥାନା ଅଧିକାରୀ ବିୟୁଟି ମହାନ୍ତି ଓ ସାଇଣ୍ଟଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।

Leave a Reply