ଭୁବନେଶ୍ୱର: ରାଜ୍ୟରେ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ୍ କଲେଜ । ଯାଜପୁର ସମେତ କନ୍ଧମାଳ ଏବଂ ତାଳଚେରରେ ଏହା କାର୍ଯ୍ୟକ୍ଷମ ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯାଜପୁର କଲେଜ ପାଇଁ ଏନ୍ଏମ୍ସିଠୁ ୫୦ସିଟ୍ର ଅନୁମତି ରହିଛି । ତା ସହିତ ଅନ୍ୟ ୨ଟି ମେଡିକାଲ୍ କଲେଜ ପାଇଁ ଆବେଦନ କରାଯିବ । ସୂଚନାଯୋଗ୍ୟ ଯେ ରାଜ୍ୟରେ ଏବେ ୧୧ଟି ମେଡିକାଲ୍ କଲେଜ କାର୍ଯ୍ୟକ୍ଷମ ରହିଛି ।