Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୂରଣକଲେ ପ୍ରତିଶ୍ରୁତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୂରଣକଲେ ପ୍ରତିଶ୍ରୁତି

ଭୁବନେଶ୍ୱର: ଅଢ଼େଇ ଦଶନ୍ଧି ବ୍ୟବଧାନରେ ଓଡ଼ିଶା ଦେଖିଲା ନୂଆ ନେତୃତ୍ୱ । ବିଜେଡିକୁ ହଟାଇ ଶପଥ ନେଲା ବିଜେପି ସରକାର । ଅନ୍ୟ ବରିଷ୍ଠଙ୍କୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ମଙ୍ଗ ସମ୍ଭାଳିଲେ ମୋହନ ଚରଣ ମାଝୀ । ଆଉ ଏହି ନୂଆ ସରକାରକୁ ଠିକ୍ ମାସେ ପୂରିଛି । ଅନେକ ଆଶା ଆକାଂକ୍ଷା ଭିତରେ ଏଇ ମାସକ ଭିତରେ ଅନେକ ବଡ଼ ଉପଲବ୍ଧି ହାସଲ କରିଛନ୍ତି ମୋହନ ସରକାର । ସରକାରକୁ ଆସିବା ଆଗରୁ ବିଜେପି ଘୋଷଣା କରିଥିଲା, ଶପଥ ନେବୁ ତ ପ୍ରଥମେ ଖୋଲିବୁ ଶ୍ରୀମନ୍ଦିର ଚାରି ଦୁଆର । ତାହାହିଁ କଲେ । କୋଭିଡ ପରଠାରୁ ବନ୍ଦଥିବା ଶ୍ରୀମନ୍ଦିରର ବାକି ୩ ଦୁଆରକୁ କ୍ଷମତାକୁ ଆସିବା ସଙ୍ଗେ ସଙ୍ଗେ ହିଁ ମୋହନ ମାଝୀ ସରକାର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନଙ୍କ ଉପରସ୍ଥିତିରେ ଦୁଆର ଖୋଲା ଯାଇଥିଲା । ବିଜେପି ସରକାର କ୍ଷମତାକୁ ଆସିବା ପରେ ପରେ ହିଁ ହଠାତ୍ ଅପପ୍ରଚାର ଆରମ୍ଭ ହୋଇଗଲା, ନବୀନ ସରକାର ଅମଳରେ ଚାଲିଥିବା ବିଏସ୍‌କେୱାଇ କାର୍ଡ ବନ୍ଦ ହୋଇଯିବ । ବଦଳରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ । ହିତାଧିକାରୀଙ୍କ ଭିତରେ ଆତଙ୍କ ଖେଳିଗଲା । ବିଭ୍ରାନ୍ତିକର ବିଜ୍ଞାପନ, ଗଣମାଧ୍ୟମ ଖବର, ସୋସିଆଲ ମିଡିଆ ପୋଷ୍ଟିଂ ଆଦି ନିଆଁକୁ ଘିଅ ଯୋଗାଇଲା । ସ୍ଥିତିକୁ ଦେଖି ଶେଷରେ ସରକାର କହିଲେ, ବିଏସ୍‌କେୱାଇ କାର୍ଡ ଚାଲୁରହିବ । ଏବେ ବନ୍ଦ ହେବାର ନାହିଁ । ନିର୍ବାଚନ ବେଳେ ଇସ୍ତାହାରରେ ଘୋଷଣା କରିଥିଲେ, କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହକୁ ବୃଦ୍ଧି ପାଇବ । ସେଇଆ ହେଲା, କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି ମୁତାବକ ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲା ମୋହନ ସରକାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବାକୁ ପ୍ରତିଶ୍ରୁତି ମିଳିଲା । କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି ମୁତାବକ ଚାଷୀଙ୍କୁ ୫.୩୫% ବର୍ଦ୍ଧିତ ଭାବେ କ୍ୱିଣ୍ଟାଲ୍ ପିଛା ୨୩୦୦ ଟଙ୍କା ମିଳିବ, ଆଉ ରାଜ୍ୟ ସରକାର ଏଥିରେ ୮ଶହ ଟଙ୍କା ମିଶାଇ ମୋ ୩୧୦୦ ଟଙ୍କା ଦେବେ । ମହିଳା ସଶକ୍ତୀକରଣ ମୂଳଲକ୍ଷ୍ୟ । ଲୋକଙ୍କ ମନରେ ଆଶଙ୍କା ଥିଲା ବିଜେପି ଆସିଲେ ମହିଳାଙ୍କ ସଶକ୍ତୀକରଣ ପାଇଁ ଚାଲିଥିବା ମିଶନଶକ୍ତି ଯୋଜନା ବନ୍ଦ କରିଦେବେ । କିନ୍ତୁ ଏହି ଆଶଙ୍କାକୁ ଅମୂଳକ ପ୍ରମାଣିତ କରି ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କଲେ, ମିଶନଶକ୍ତି ପୂର୍ବବତ୍ ଚାଲୁ ରହିବ । ବରଂ ୨୦୦୧ ମାର୍ଚ୍ଚ ୮ରେ ଆରମ୍ଭ ହୋଇଥିବା ଏହି ମହିଳା ସ୍ୱାବଲମ୍ବୀ ଯୋଜନା ଆଗକୁ ଦୌଡ଼ିବ । ଏହାକୁ ଅଧିକ ଶକ୍ତିଶାଳୀ କରିବାକୁ ସରକାର ଘୋଷଣା କଲେ । ଲକ୍ଷ୍ମୀ ବସ୍ ଯୋଜନାକୁ ସରକାର ବନ୍ଦ କରିଦେବେ ବୋଲି ସମସ୍ତେ କହୁଥିଲେ । କିନ୍ତୁ ଏହାଦ୍ୱାରା ଗୁଡ଼ାଏ ଟଙ୍କା ବରବାଦ ହୋଇଥାନ୍ତା । ସେଥିପାଇଁ ମୋହନ ସରକାର ଏହି ଯୋଜନାକୁ ଚାଲୁ ରଖିବାକୁ ଘୋଷଣା କରିବା ସହ ଏହାର ନାଁ ମୁଖ୍ୟମନ୍ତ୍ରୀ ବସ୍ ସେବା ରଖିବାକୁ ମନ୍ତ୍ରୀ ସୂଚନା ଦେଇଛନ୍ତି । ଅଭିଯୋଗ ପ୍ରକୋଷ୍ଠ ଥିଲା, କିନ୍ତୁ ଖୋଲୁନଥିଲା, କିମ୍ବା ମୁଖ୍ୟମନ୍ତ୍ରୀ ସେଠାକୁ ଆସୁନଥିଲେ । କିନ୍ତୁ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଗ୍ରାଧିକାର ଭିତ୍ତିରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଖୋଲିବା ସହିତ ସେ ନିଜେ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଛନ୍ତି । ନିଜକୁ ଲୋକଙ୍କ ସରକାର ବୋଲି ବାରମ୍ବାର କହୁଥିବା ମୋହନ ମାଝୀଙ୍କର ଏହି ପଦକ୍ଷେପ ସାଧାରଣ ଓଡ଼ିଆଙ୍କ ମନରେ ଆଶା ସଞ୍ଚାର କରିପାରିଛି ।

Leave a Reply