Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ନ୍ୟାୟ ସଂହିତା ଆଧାରରେ ଅସ୍ତରଙ୍ଗରେ ପ୍ରଥମ ମାମଲା ରୁଜୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ନ୍ୟାୟ ସଂହିତା ଆଧାରରେ ଅସ୍ତରଙ୍ଗରେ ପ୍ରଥମ ମାମଲା ରୁଜୁ

କାକଟପୁର, : ନୂଆ ଆଇନି ଲାଗୁପରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ ପ୍ରଥମ ମାମଲା ରୁଜୁ । ଆରମ୍ଭ ହେଲା କେଶ ରେଜିଷ୍ଟର । ଅଭିଯୋଗକାରିଣୀ ଅସ୍ତରଙ୍ଗ ଥାନା ଅଞ୍ଚଳର ଶୁଭଲକ୍ଷ୍ମୀ ଭୋଇ । ଅଭିଯୋଗ ଅନୁସାରେ ଜୁଲାଇ ୯ତାରିଖରେ ମେଡିକାଲ ଗ୍ରିଲ ଭାଙ୍ଗି ୩ ଜଣ ଯୁବକ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ପ୍ରଥମ ଏଫଆଇଆର ନମ୍ବର ରହିଛି ୧୬୭/୨୪ । ପୂର୍ବରୁ ଏନେଇ ଆଇପିସିରେ ମାମଲା ରୁଜୁ ହେଉଥିଲା । ଏବେ ଭାରତୀୟ ନ୍ୟାୟ ସଂହିତା ଦଫା ୨୯୬, ୩୫୧(୧), ୩୫୧(୨), ୩୩୧(୧), ୩୩୧(୪), ୩(୫)ରେ ପ୍ରଥମ ମାମଲା ରୁଜୁ କରାଯାଇଛି । ତେବେ ନୂଆ ଆଇନି ଲାଗୁ ହେବା ପରେ ତଦନ୍ତ ତ୍ୱରାନ୍ୱିତ ହୋଇପାରିବ । ବ୍ରିଟିଶ ଅମଳରୁ ଚଳି ଆସୁଥିବା ଭାରତୀୟ ପିଙ୍ଗଳ କୋଡ଼ (ଆଇ ପି ସି ), ଫୌଜଦାରୀ ଦଣ୍ଡିଧି ଆଇନି (ସି ଆର ପିସି) ଓ ଭାରତୀୟ ସାକ୍ଷ୍ୟ ଆଇନି (ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ) ଇତିହାସ ପାଲଟିଯାଇଛି । ଏହା ବଦଳରେ ୩ ନୂଆ ଫୌଜଦାରୀ ଆଇନ ଭାରତୀୟ ନ୍ୟାୟ ସଂହିତା (ବି ଏନ ଏସ ), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବି ଏନ ଏସ ଏସ ) ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବି ଏସ ଏ) କାର୍ଯ୍ୟକାରୀ ହୋଇଛି । ଏହି ନୂଆ ଆଇନିରେ ଦଣ୍ଡ ବିଧାନ ଅପେକ୍ଷା ନ୍ୟାୟ ପ୍ରଦାନକୁ ପ୍ରାଥମିକତା ଦେବ ।

Leave a Reply