Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରଭୁ ଶ୍ରୀରାମଙ୍କ ପାଇଁ ଶ୍ୱଶୁରଘରୁ ଆସିଲା ମଙ୍ଗଳଭାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରଭୁ ଶ୍ରୀରାମଙ୍କ ପାଇଁ ଶ୍ୱଶୁରଘରୁ ଆସିଲା ମଙ୍ଗଳଭାର

ଅଯୋଧ୍ୟା: ପାଖେଇ ଆସୁଛି ସେଇ ସୁବର୍ଣ୍ଣ ମୁହୂର୍ତ୍ତ । ଯାହାକୁ ୫ଶହ ବର୍ଷ ଅପେକ୍ଷା କରିଥିଲେ ରାମ ଭକ୍ତମାନେ । ନିଜ ଜନ୍ମସ୍ଥାନକୁ ଫେରିବେ ସୂର୍ଯ୍ୟବଂଶୀୟ ପ୍ରଭୁ ଶ୍ରୀରାମଲାଲା । ଏଥିପାଇଁ ଭବ୍ୟ ମନ୍ଦିରରେ ଦିବ୍ୟ ପୁରୁଷଙ୍କୁ ଦର୍ଶନ ପାଇଁ ସାରା ଦେଶ ଉତ୍ସାହିତ । ମନ୍ଦିର ସାଜସଜ୍ଜା ବି ଆରମ୍ଭ ହୋଇଗଲାଣି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଇଁ ମାତା ସୀତାଙ୍କ ବାପଘର ମିଥିଳାରୁ ଅଯୋଧ୍ୟାକୁ ଆସିଛି ବହୁମୂଲ୍ୟ ଭାର । ପ୍ରଭୁ ଶ୍ରୀରାମଲାଲାଙ୍କ ପାଇଁ ମିଥିଳାରୁ ଆସିଲା ମଙ୍ଗଳ ଭାର । ଜ୍ୱାଇଁ ପାଇଁ ଉପହାର ପଠାଇଲେ ମିଥିଳାବାସୀ ଭାରତୀୟ ପରମ୍ପରା ଅନୁସାରେ ଝିଅର ଶାଶୁଘରେ କୌଣସି ଶୁଭ କାର୍ଯ୍ୟ ହେଲେ ବାପଘରୁ ଆସିଥାଏ ଭଳି କି ଭଳି ଭାର । ଆଗକୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିବା ବେଳେ, ଏହି ବିଧିରୁ ମୈଥିଳୀ ବା ମାତା ସୀତାଙ୍କ ବାପଘର ବାଦ୍ ଯିବ କିପରି ? ତେଣୁ ବିହାରର ମିଥିଳାରୁ ଅଯୋଧ୍ୟାକୁ ଆସିଛି ବିଭିନ୍ନ ବହୁମୂଲ୍ୟ ଭାର । ଖୁବ୍ ଆଡ଼ମ୍ବର ସହକାରେ ନିଜ ଜ୍ୱାଇଁଙ୍କ ପାଇଁ ରୁପାର କଠଉ, ଅଳଙ୍କାର, ବାସନକୁସନ ଓ ଖାଦ୍ୟ ସାମଗ୍ରୀ ପଠାଇଛନ୍ତି ମିଥିଳାବାସୀ । ସୀତାମଢ଼ି ପୁନୌରା ଧାମରୁ ଏହିସବୁ ବହୁମୂଲ୍ୟ ଉପହାର ସହିତ ସୀତାକୁଣ୍ଡର ପବିତ୍ର ଜଳ ଓ ମାତା ସୀତାଙ୍କ ଜନ୍ମଭୂମିର ମାଟି ବି ଆସିଛି ଅଯୋଧ୍ୟାକୁ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ମହାସଚିବ ଚମ୍ପତ ରାୟ ସହର୍ଷ ଏହି ସବୁ ଉପହାର ଗ୍ରହଣ କହିଛନ୍ତି । ଆଉ ସପ୍ତାହେ ପରେ ଅଯୋଧ୍ୟାର ଭବ୍ୟ ମନ୍ଦିରରେ ବିରାଜିବେ ରାମଲାଲା । ତା ପୂର୍ବରୁ ସରିଆସିଲାଣି ସମସ୍ତ ପ୍ରସ୍ତୁତି । ଦେଖନ୍ତୁ ଏହି କାରୁକାର୍ଯ୍ୟପୂର୍ଣ୍ଣ କବାଟକୁ । ଏସବୁ ରାମମନ୍ଦିରର ଶୋଭା ବଢ଼ାଇବ । ଅଯୋଧ୍ୟା ରାମମନ୍ଦିର ନିର୍ମାଣରେ ନିୟୋଜିତ ଓଡ଼ିଆ ଇଞ୍ଜିନିୟର ପ୍ରଫୁଲ୍ଲ ପଟ୍ଟନାୟକଙ୍କ ସୂଚନା ଅନୁସାରେ । ଏବେ କେବଳ ମନ୍ଦିର ସଫାସୁତୁରା ଏବଂ ସାଜସଜ୍ଜା ଚାଲିଛି । ୧୧ଟି ସୁନା କବାଟ ଲାଗିସାରିଲାଣି । ପ୍ରାଣପ୍ରତିଷ୍ଠା ପୂର୍ବରୁ ବାକିତକ କବାଟ ଲାଗିଯିବ ଏବଂ ସୁରକ୍ଷା ଦୃଷ୍ଟିରୁ ଠିକ୍ ଶେଷ ମୁହୂର୍ତ୍ତରେ ଗର୍ଭଗୃହ ସିଂହାସନ ଉପରେ ସୁନା ଛାଉଣୀ ହେବ । ଯଜ୍ଞ ମଣ୍ଡପ ପ୍ରସ୍ତୁତ ହୋଇଯାଇଛି ୧୬ ତାରିଖରୁ ଯଜ୍ଞ ଆରମ୍ଭ ହେବ । ସେପଟେ ଅଯୋଧ୍ୟା ଆସିବାକୁ ଥିବା ରାମଭକ୍ତଙ୍କ ପାଇଁ ଚଟାପଟ୍ ପ୍ରସାଦ ପ୍ରସ୍ତୁତ କରିବାକୁ ବିଭିନ୍ନ ମେସିନ୍ ବି ଆସି ସାରିଛି । ସେଗୁଡ଼ିକୁ ପୂଜା କରି ରାମକାର୍ଯ୍ୟ ପାଇଁ ଗ୍ରହଣ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ମହାସଚିବ ଚମ୍ପତ ରାୟ । ପ୍ରଫୁଲ୍ଲ ପଟ୍ଟନାୟକ, ଅଯୋଧ୍ୟା ରାମମନ୍ଦିରରେ ନିୟୋଜିତ ଇଞ୍ଜିନିୟର । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଦେଶର ସବୁ ମନ୍ଦିରରେ ଆଳତୀ, ଭଜନ- କୀର୍ତ୍ତନ ଓ ପ୍ରସାଦ ବଣ୍ଟନ କରିବାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଆହ୍ୱାନ ଦିଆଯାଇଛି । ଅନ୍ୟଟେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ, ସାରା ଦେଶର ବିଭିନ୍ନ ମନ୍ଦିରରେ ଆରମ୍ଭ ହୋଇଛି ସ୍ୱଚ୍ଛତା ଅଭିଯାନ ।

Leave a Reply