Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରତ୍ନ ଭଣ୍ଡାର ଖୋଲିବା ନେଇ ଦୁଇ ଦିନ ମଧ୍ୟରେ ଆସିବ : ପୃଥ୍ୱୀରାଜ ହରିଚନ୍ଦନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରତ୍ନ ଭଣ୍ଡାର ଖୋଲିବା ନେଇ ଦୁଇ ଦିନ ମଧ୍ୟରେ ଆସିବ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ଆଜି ନହେଲେ ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ନିର୍ଦ୍ଧାରଣ ଯାହା ହେଇଛି, ଆସିଯିବ । ଆଇନଗତ ଓ ବିଭିନ୍ନ ଦିଗ ଉପରେ ତର୍ଜମା ଚାଲିଛି । ବିଧିବଦ୍ଧ ଭାବେ ଆସନ୍ତାକାଲି ସୁଦ୍ଧା ସରକାରଙ୍କର ଯାହା ନିଷ୍ପତ୍ତି, ତାହା ସ୍ପଷ୍ଟ ହୋଇଯିବ । ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାରକୁ ମାସେ ପୂରିଲା । ଆମେ ୧୦୦ ଦିନର ମାପଦଣ୍ଡରେ ସଂକଳ୍ପ ପତ୍ରରେ ଥିବା ପ୍ରତିଶ୍ରୁତି ପାଳନ କରିବୁ । ଆମ ପାଇଁ ଚ୍ୟାଲେଞ୍ଜ କିଛି ହେବ ନାହିଁ । ଶ୍ରୀ ହରିଚନ୍ଦନ କହିଛନ୍ତି, ସରକାର ଭାବେ ଶପଥ ନେଲା ପରେ ଆମେ ଅନେକ ବଡ଼ ବଡ଼ ନିଷ୍ପତ୍ତି ନେଇଛୁ ।ଖୁବ ଶୀଘ୍ର ସୁଭଦ୍ରା ଯୋଜନା ବି ଲାଗୁ କରାଯିବ । ଓଡ଼ିଆ ଅସ୍ମିତା ଲାଗି ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ବ୍ୟବସ୍ଥା ହୋଇଛି । ବିଜେପି ସରକାର ବହୁ ଲୋକାଭିମୁଖୀ ଯୋଜନା କରିଛି । ଜନତା ତୁଳନା କରିବେ ମାସେ ଭିତରେ ପୂର୍ବ ସରକାର କଣ କରିଥିଲେ ଆଉ ଆମେ ମାସେ ଭିତରେ କଣ ସବୁ ଭଲ କାମ କରିଛୁ ।

Leave a Reply