Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରଥ ଉପରେ ମୋବାଇଲ ମନା, ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନୀତି ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରଥ ଉପରେ ମୋବାଇଲ ମନା, ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନୀତି ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ : ଆଡ଼ପ ପହଣ୍ଡି ବେଳେ ଚାରମାଳରେ ବଡ ଠାକୁର ଶ୍ରୀ ବଳଭଦ୍ର ପଡିବା ଘଟଣାରେ ପ୍ରତିକ୍ରିୟା ରଖି ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ, ବ୍ୟବସ୍ଥାବଳୀ ଅନୁସାରେ ଯାହା ନୀତିକାନ୍ତି ରହିଛି କିଭଳି ଭାବେ ସଠିକ୍ ସମୟରେ ଏବଂ ସମସ୍ତଙ୍କର ସହଯୋଗରେ ସୁଚାରୂ ରୂପେ ସମ୍ପାଦନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ । ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀତି ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ । ଆମେ ଆଶା କରୁଛୁ ଏନେଇ ସମସ୍ତଙ୍କର ସହଯୋଗ ରହିବ । ଯେଉଁ ସେବକ ମାନେ ବିଶୃଙ୍ଖଳିତ ଆଚରଣ କରିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିଛି ସେବାୟତ ମୋବାଇଲ୍ ଫୋନ୍ ନେଇ ରଥ ଉପରକୁ ଯାଉଛନ୍ତି ଯେଉଁମାନେ ସେବା ଅଧିକୃତ ନୁହଁନ୍ତି । ଆଗକୁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆମେ ସମ୍ପୃକ୍ତ ନିଯୋଗ ସହିତ କଥା ହୋଇଛୁ । ଆଶା କରିବୁ ସମସ୍ତେ ଏଥିରେ ସହଯୋଗ କରିବେ । ଯଦ୍ୱାରାକି ଆମ ସଂସ୍କୃତିର ପ୍ରଚାର ପ୍ରସାର ପରିବର୍ତେ କୌଣସି ପ୍ରକାର ନିନ୍ଦା ଅପବାଦ ଆଣିବେ ନାହିଁ । ସମ୍ପୃକ୍ତ ନିଯୋଗ ମାନଙ୍କ ସହିତ ଆଜି ସଂନ୍ଧ୍ୟାରେ ବୈଠକ ଅନୁଷ୍ଠିତ ହେବ । ଏନେଇ ଅଧିକ ସୂଚନା ଦେଇ ଶ୍ରୀ ପାଢୀ କହିଛନ୍ତି ଯେ, ଏ ବାବଦରେ ସମସ୍ତ ସେବକଙ୍କ ସହିତ କଥା ହେବୁ ଏବଂ ଏଥିରେ ସମସ୍ତଙ୍କର ସହଯୋଗ ରହିବ ବୋଲି ଆମେ ଆଶା କରୁଛୁ । ସେବକ ମାନେ ଏଥିରେ ସହୟତା କରିବେ ବୋଲି ଆମକୁ ପ୍ରତିଶୃତି ଦେଇଛନ୍ତି । ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ସେଥିପାଇଁ ଆମେ ଠାକୁରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ । ଏବେ ପରିଚାଳନା କମିଟିର ଯାହା ସୂଚନା ଅନୁସାରେ ଏବଂ ଯେଉଁ ନିଷ୍ପତି ନିଆଯାଇଛି, ସେହି ଅନୁସାରେ ମଧ୍ୟ ଏକ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଆସିବା ଯାଏଁ ଆମେ ନିଶ୍ଚିତ ଭାବେ ଅପେକ୍ଷା କରିବୁ । ଏବଂ ଏଭଳି ଘଟଣାର ଯେଭଳି ପୁନରାବୃତି ନହୁଏ, ସେଥି ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ନିଶ୍ଚିତ ଭାବେ ଧ୍ୟାନ ଦେବ । ବାହୁଡ଼ା ପହଣ୍ଡି ଏବଂ ନୀଳାଦ୍ରି ବିଜେ ପହଣ୍ଡି ଏବଂ ଆଗକୁ ଶ୍ରୀଜୀଉଙ୍କ ଯାହା ବି ନୀତିକାନ୍ତି ରହିଛି, ସେସବୁ ସୁରୁଖୁରୁରେ ସମ୍ପାଦିତ ହେଉ ବୋଲି ଆମେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ । ଆଗକୁ ରଥ ଉପରେ କେହି ମୋବାଇଲ ଫୋନ୍ ର ବ୍ୟବହାର କରିପାରିବେ ନାହିଁ । ଫଟୋ ଉଠାଇ ପାରିବେ ନାହିଁ । ଆମେ ଏନେଇ ସେବକ ମାନଙ୍କୁ ନିବେଦନ କରିଛୁ, ପରାମର୍ଶ ଦେଇଛୁ । ଯେଉଁ ସେବକ ମାନଙ୍କର କୌଣସି ସେବା ନାହିଁ ସେମାନେ ରଥ ଉପରକୁ ଯିବେ ନାହିଁ । ପ୍ରକାଶ ଥାଉକି, ମଙ୍ଗଳବାର ରାତିରେ ଆଡ଼ପ ପହଣ୍ଡି ବେଳେ ଘଟିଥିଲା ଏହି ଅଘଟଣ । ଚାରମାଳରେ ଆଗକୁ ଝୁଙ୍କି ପଡିଥିଲେ ବଡ ଠାକୁର ଶ୍ରୀ ବଳଭଦ୍ର । ଫଳରେ ଜଣେ ଦଇତାପତିଙ୍କ ସମେତ ଏକାଧିକ ସେବାୟତ ଆହତ ହୋଇଥିଲେ ।

Leave a Reply