Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସହିଦଙ୍କ ପତ୍ନୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଜାତୀୟ ମହିଳା ଆୟୋଗ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସହିଦଙ୍କ ପତ୍ନୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଜାତୀୟ ମହିଳା ଆୟୋଗ

ନୂଆଦିଲ୍ଲୀ : ୨୦୨୩ ଜୁଲାଇ ୧୯ରେ ସିଆଚିନ୍‌ରେ ଏକ ଦୁର୍ଘଟଣାରେ କ୍ୟାପ୍‌ଟେନ୍ ଅଂଶୁମାନ ସିଂ ଶହୀଦ ହୋଇଥିଲେ । ନିକଟରେ ତାଙ୍କୁ ମରୋଣତ୍ତର କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଥିବା ବେଳେ ତାଙ୍କ ପତ୍ନୀ ସ୍ମୃତି ସିଂହଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମହିଳା ଆୟୋଗ ଦିଲ୍ଲୀ ପୁଲିସକୁ ଅନୁରୋଧ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ‘ଅହମ୍ମଦ କେ’ ନାମକ ଜଣେ ବ୍ୟକ୍ତି ସ୍ମୃତି ସିଂହଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି । ଏନସିଡବ୍ଲ୍ୟୁ ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୭୯ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ, ୨୦୦୦ର ଧାରା ୬୭ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । ଏନ୍ସିଡବ୍ଲ୍ୟୁ ଦିଲ୍ଲୀ ପୁଲିସକୁ ତୁରନ୍ତ ଅହମ୍ମଦ କେଙ୍କ ବିରୋଧରେ ଏତଲା ରୁଜୁ କରି ତାଙ୍କୁ ଯଥାଶୀଘ୍ର ଗିରଫ କରିବାକୁ କହିଛି । ଆସନ୍ତା ୩ ଦିନ ମଧ୍ୟରେ ଏନ୍ସିଡବ୍ଲ୍ୟୁ ଦିଲ୍ଲୀ ପୁଲିସଠାରୁ ଏ ନେଇ ବିସ୍ତୃତ ରିପୋର୍ଟ ମାଗିଛି ।

Leave a Reply