Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଷଣ୍ଢ ଚାଲାଣ ଟ୍ରକ୍ ଅଟକାଇ ଆକ୍ରମଣର ଶିକାର ହେଲେ ଯୁବକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଷଣ୍ଢ ଚାଲାଣ ଟ୍ରକ୍ ଅଟକାଇ ଆକ୍ରମଣର ଶିକାର ହେଲେ ଯୁବକ

ଡେରାବିଶ: କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଅନୁଆପଡ଼ା ଗ୍ରାମ ନିକଟରେ ଏକ ଷଣ୍ଢ ବୋଝେଇ ଟ୍ରକକୁ ଅଟକାଇବା କାରଣରୁ ଦୁଇଜଣ ଯୁବକଙ୍କୁ ଷଣ୍ଢ ଚାଲାଣକାରୀ ଯୁବକମାନେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଷଣ୍ଢ ବୋଝେଇ ହୋଇଯାଉଥିବା ଏକ ଲେଲାନ ଟ୍ରକୁ ଅନୁଆପଡ଼ା ଗ୍ରାମର କେଶବ ତ୍ରିପାଠୀଙ୍କ ଦୋକାନ ପାଖ ଛକରେ କିଛି ବ୍ୟକ୍ତି ଅଟକାଇ ପାଟିତୁଣ୍ଡ କରୁଥିଲେ । ଏହି ସମୟରେ ଅଭିଯୋଗକାରୀ ସୋରିଷିଆ ଗ୍ରାମର ରାକେଶ ମଲିକ ଓ ତାର ସାଥି କ୍ରିଷ୍ଣାକାନ୍ତ ନାୟକ ସେଠାରେ ପହଞ୍ôଚ ଏହି ଟ୍ରକଟି ପୂର୍ବରୁ ମଧ୍ୟ ଷଣ୍ଢ ଚାଲାଣ କରୁଥିବା କହିଥିଲେ । ଏହି କଥା ଶୁଣି ଉଭୟଙ୍କୁ ସୋରିଷିଆ ଗ୍ରାମର ଟୁଟୁ ନାୟକ, ଲିଟୁ ନାୟକ, ଜଟିଆ ନାୟକ, ରଶ୍ମିରଞ୍ଜନ ନାୟକ ମଳିମିଶି ଆକ୍ରମଣ କରିଥିଲେ । ଏ ସମ୍ପର୍କରେ ଥାନାରେ ଅଭିଯୋଗ କଲେ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ଅଭିଯୋଗକାରୀ ତାଙ୍କ ଜୀବନପ୍ରତି ବିପଦଥିବା ଅନୁଭବ କରି ଆକ୍ରମଣକାରୀ ଯୁବକଙ୍କ ବିରୋଧରେ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ୍ ୩୮୧/୨୪ ଭାରତୀୟ ନ୍ୟାୟ ସଂହିତା ଧାରା ୧୨୬(୨), ୨୯୬, ୧୧୫(୨), ୩୫୧(୨) ଏବଂ ୩(୫) ରେ ଏକ ମାମଲା ରୁଜ୍ଜୁ କରିବା ସହିତ ଚାନ୍ଦୋଳ ଫାଣ୍ଡି ଅଧିକାରୀ ପ୍ରତାପ ଚନ୍ଦ୍ର ରଥଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି ।

Leave a Reply