Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦିଆସିଲି କାଠିରେ ରାମ ମନ୍ଦିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦିଆସିଲି କାଠିରେ ରାମ ମନ୍ଦିର

ଧାମନଗର : ଦିଆସିଲି କାଠିରେ ରାମ ମନ୍ଦିର ଏଭଳି କଳାକୃତି ପାଇଁ ଏବେ ଚର୍ଚାରେ ରହିଛନ୍ତି ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଭଗବାନପୁର ପଞ୍ଚାୟତ ପଳିକିରି ମେଳଣଡିହ ଗ୍ରାମର ରାକେଶ (୨୧) । ୩ଫୁଟ୍ ଉଚ୍ଚତା, ୪ଫୁଟ୍ ଲମ୍ବ ଓ ୩ଫୁଟ୍ ଚଉଡ଼ା ବିଶିଷ୍ଟ ଅତି ସୁନ୍ଦର ଓ ନିଖୁଣ ଭାବେ ଏହି ମନ୍ଦିର ସେ ତିଆରି କରିଛନ୍ତି । ୩ମାସ ପୂର୍ବରୁ ଦିଆସିଲି କାଠିରେ ରାମ ମନ୍ଦିର ତିଆରି କରିବା ପାଇଁ ଭାବିଥିଲେ । ସେବେଠାରୁ ଧୀରେ ଧୀରେ ଦିଆସିଲି କିଣି ମନ୍ଦିର ତିଆରି ଆରମ୍ଭ କରିଥିଲେ । ଏଥିରେ ପ୍ରାୟ ୬୦ହଜାରରୁ ଉର୍ଦ୍ଧ ଦିଆସିଲି କାଠି ଲାଗିଥିବା ବେଳେ ୧୦ ହଜାରରୁ ଉର୍ଦ୍ଧ ଟଙ୍କା ଖର୍ଚ ହୋଇଥିବା ରାକେଶ କହିଛନ୍ତି ।ମେଲଣଡିହ ଗ୍ରାମର ଲକ୍ଷ୍ମୀଧର ସହୁ ଓ ସବିତା ସାହୁଙ୍କ ପୁଅ ରାକେଶ ପିଲାଟି ବେଳୁ ତାଙ୍କର କଳାକୃତି ପ୍ରତି ଅହେତୁକ ଦୁର୍ବଳତା ରହିଛି । ରାକେଶ କହନ୍ତି, ବାପାଙ୍କ ରୋଜଗାରରେ ପରିବାର ଚଳେ । ଘରର ଆର୍ଥକ ଅବସ୍ଥା ସେତେଟା ସ୍ଖଚ୍ଛଳ ନୁହେଁ ।ତେଣୁ ସଞ୍ଚୟ କରିଥିବା ନିଜସ୍ୱ ଅର୍ଥରୁ ଧୀରେ ଧୀରେ ମନ୍ଦିର ପାଇଁ ଜିନିଷ ସବୁ କିଣୁଥିଲେ, ଯାହାକି ୩ ମାସରୁ ଉର୍ଚ୍ଚ ସମୟ ଲାଗିଲା । ଏହାପୂର୍ବରୁ ଦିଆସିଲି କାଠିରେ ଆଲ୍‌?ବମ୍ ଛୋଟଘର ସବୁ ତିଆରି କରିଛନ୍ତି । ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିଲେ ଆଗକୁ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, ଲାଲକିଲ୍ଲା, ଲୋକସଭା ଭବନ ଏପରି ଅନେକ ଦେଶ ବିଦେଶରେ ଥିବା ଥିବା କଳାକୃତି କରିବାକୁ ଆଶା ରଖୁଛନ୍ତି ।

Leave a Reply