Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନଭ୍ୟ ଅଯୋଧ୍ୟାର ଦିବ୍ୟତମ ଦୃଶ୍ୟମାନ କରାଇବ ଭାସମାନ ପରଦା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନଭ୍ୟ ଅଯୋଧ୍ୟାର ଦିବ୍ୟତମ ଦୃଶ୍ୟମାନ କରାଇବ ଭାସମାନ ପରଦା

ଅଯୋଧ୍ୟା : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ନଭ୍ୟ, ଭବ୍ୟ ଓ ଦିବ୍ୟ ଅଯୋଧ୍ୟା ସଜେଇ ହୋଇଛି । ଆଉମାତ୍ର ୯ଦିନ ପରେ ଦୁନିଆ ସେହି କ୍ଷଣ ଦେଖିବ, ଯାହାର ଅପେକ୍ଷା ୫ଶହ ବର୍ଷରୁ ଥିଲା । ଆୟୋଜନ ଭବ୍ୟତମ ହୋଇଥିବା ବେଳେ ଏହାର ଦୃଶ୍ୟ ମଧ୍ୟ ଦିବ୍ୟତମ ହେବ । ଏହି ପରିକଳ୍ପନା ସହ ଯୋଗୀ ସରକାର ଏଠାରେ ଭାସମାନ ପରଦାର ନିର୍ମାଣ କରାଉଛନ୍ତି । ଏହା ଦେଶର ସବୁଠୁ ବଡ ଭାସମାନ ପରଦା ଅଟେ । ଯାହାକି ଅଯୋଧ୍ୟାର ବିକାଶ ଗାଥାର ଭିନ୍ନ କାହାଣୀ ବଖାଣିବ । ଏଥିପାଇଁ ନଗର ନିଗମ ଏବଂସେଂଚୂରୀ ହସ୍ପିଟାଲିଟି-ମେଗାଭର୍ସ ଆସୋସିଏଟ ମଧ୍ୟରେ ଅଗଷ୍ଟରେ ବୁଝାମଣା ହୋଇଥିଲା । ଜାନୁୟାରୀ ୨୨ରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଓ ଏହାପରେ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଗନ୍ତୁକ ଓ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଦେଖିପାରିବେ । ଯୋଗୀ ଆଦିତ୍ୟନାଥ ସାଂସ୍କୃତି ଅଯୋଧ୍ୟାକୁ ସଜାଇବା ଥିମକୁ ଏହା ଜରିଆରେ ଦେଶ-ଦୁନିଆରୁ ଆସୁଥିବା ଅଧିକରୁ ଅଧିକ ଲୋକ ଜାଣନ୍ତୁ ଏହା ରହିଛି ।

Leave a Reply