ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ତାତିଲେ ରାଇଘରର ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ

ରାଇଘର : ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ କୁ ନେଇ ସାରା ଦେଶରେ ବିରୋଧ ଦେଖିବାକୁ ମିଳିଛି । ଗତ ଜୁଲାଇ ୧ ତାରିଖ ଦିନ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସଂସଦରେ ହିନ୍ଦୁ ବାଦୀ ମାନଙ୍କୁ ହିଂସ୍ର ବୋଲି କହିଥିଲେ । ଏହାର ଦୃଢ ପ୍ରତିବାଦ କରିଛି ରାଇଘର ବିଜେପି ଯୁବମୋର୍ଚ୍ଚା, ବିଶ୍ୱ ହିନ୍ଦୁ ପରିଷଦର ଏବଂ ବଜରଙ୍ଗ ଦଳର ସଦସ୍ୟମାନେ ମିଳିତ ଭାବେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ରାଇଘର ହନୁମାନ ମନ୍ଦିର ନିକଟରେ ରାହୁଲ ଗାନ୍ଧୀଙ୍କ ଇସ୍ତଫା ଦାବିକରି କୁଶପୁତ୍ତଳିକା ଦାହ କରିଥିଲେ । ଗତ ୨ ତାରିଖ ଦିନ ମାର୍ଗଦର୍ଶକ ମଣ୍ଡଳୀର ନିର୍ଦ୍ଦେଶନାରେ ଆଜି ନବରଙ୍ଗପୁର ଜିଲ୍ଳାର ଏସପିଙ୍କୁ ରାହୁଲ ଗାନ୍ଧୀ ବିରୋଧରେ ଅଭିଯୋଗ କରାଯାଇଛି । ଏଭଳି ଯେଉଁ ଯେଉଁ ସ୍ଥାନରେ ମହାସଂଘର ଶାଖା ଅଛି ଏସପିଙ୍କୁ ଏବଂ ମହାମହିମ ରାଷ୍ଟ୍ରପତିଙ୍କୁ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପାଇଁ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ଦିନରେ ଅନ୍ୟାନ୍ୟ ହିନ୍ଦୁ ସଂଗଠନ ମାନଙ୍କୁ ଏକତ୍ରିତ କରି ଆହୁରି ଅଧିକ ପ୍ରତିବାଦ କରାଯିବ ବୋଲି ନବରଙ୍ଗପୁର ବିଶ୍ୱ ହିନ୍ଦୁ ପରିଷଦ, ହିନ୍ଦୁ ମହାସଂଘ, ବଜରଙ୍ଗ ଦଳ ଏବଂ ବିଜେପି ଯୁବ ମୋର୍ଚ୍ଚା କର୍ମୀ ସ୍ପଷ୍ଟ କରିଦେଇଛି । ଆଜିର ଏହି ପ୍ରତିବାଦରେ ମନୋହର ଦଣ୍ଡସେନା, ବାପି ପଟ୍ଟନାୟକ, ବ୍ରଜେନ ବାନାର୍ଜୀ, ସୁଶାନ୍ତ ସାମନ୍ତରାୟ, ବିକି ଶ୍ରୀବାସ୍ତବ, ତିରୁ ପାତ୍ର, ଲବ କୁଲଦୀପ, ଜିତୁ ଶ୍ରୀବାସ୍ତବ, ବସନ୍ତ ଡଙ୍ଗରି (ଗୁଡ୍ଡୁ), ଯୋଗୀ, ଭାଗୀରଥି ପ୍ରଧାନ, ଭୀମ ନାହାକ, ତ୍ରିନାଥ ରେଲି, ଯୁଗଳ ଶତନାମୀ, ଦିଖିଲ ମଣ୍ଡଳ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *