Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଲୋପ ପାଉଛି ତାଳଗଛ, ବଢୁଛି ବଜ୍ରାଘାତ ବିପତ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲୋପ ପାଉଛି ତାଳଗଛ, ବଢୁଛି ବଜ୍ରାଘାତ ବିପତ୍ତି

ବାଙ୍କୀ: କ୍ରମାଗତ ଭାବେ ଜଙ୍ଗଲ ଧ୍ୱଂସ କାରଣରୁ ବ୍ୟାପକ ଭାବେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି । କଂକ୍ରିଟ ଜଙ୍ଗଲ ଓ କଂକ୍ରିଟ୍ ରାସ୍ତାଘାଟ ହେବା ଫଳରେ ତାପମାତ୍ରା ଦିନକୁ ଦିନ ଅଧିକ ବୃଦ୍ଧି ପାଉଛି । ବିଶେଷ କରି ବର୍ଷାର ପରିମାଣ ଆସ୍ତେ ଆସ୍ତେ କମିଯିବା ଫଳରେ ପ୍ରାକୃତିକ ବିପର୍ଯ୍ୟୟକୁ ନିମନ୍ତ୍ରଣ କରୁଛି । ସହର ଓ ଜନବସତି ଅଂଚଳରେ ଗଛଲତା କଟାଯାଉଛି ଏବଂ ସବୁଜ ବଳୟ ଲୋକ ପାଇବାରେ ଲାଗିଛି । ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଏବେ ସବୁଠାରୁ ବଜ୍ରଘାତ ଘଟିବା ଅଧିକ ପରିମାଣରେ ହେଉଛି । ଏହି ବଜ୍ରଘାତ ଯୋଗୁଁ ଅନେକ ଧନଜୀବନ ହାନୀ ଘଟୁଛି । ଆମ ଓଡ଼ିଶାରେ ବଜ୍ରାଘାତରେ ୨୦୨୧-୨୨ରେ ୨୮୧ଜଣ ମୃତ୍ୟୁବରଣ କରିଥିବା ବେଳେ ବିଗତ ୧୧ବର୍ଷ ମଧ୍ୟରେ ୩୭୯୦ଜଣ ମଣିଷଙ୍କର ମୃତ୍ୟୁ ଘଟିଛି । ରାସ୍ତାଘାଟ ସଂପ୍ରସାରଣ ଓ କଳକାରଖାନା ନିର୍ମାଣ ଯୋଗୁଁ ଗଛକଟା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବହୁ ତାଳଗଛ କଟା ଯାଉଛି । ତାଳଗଛ ହେଉଛି ବଜ୍ରାଘାତକୁ ରକ୍ଷା କରିବାର ଏକ କବଚ ବା ସେମିକଣ୍ଡକ୍ଟର ଭାବେ ସୁରକ୍ଷା ଦେଉଛି । ତେଣୁ ତାଳଗଛ ଲୋପ ପାଇବାରୁ ବ୍ରଜାଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ସହିତ ତାଳଗଛରେ ବାସକରୁଥିବା ବାଇଚଢ଼େଇ ଆଉ ଦେଖିବାକୁ ମିଳୁନାହିଁ । ତାଳଗଛ ବଢ଼ିବାକୁ ପ୍ରାୟ ୨୫ ରୁ ୩୦ ବର୍ଷ ସମୟ ଲାଗିଥାଏ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଓ ଜଙ୍ଗଲରେ ତାଳଗଛ ରୋପଣ କରିବାର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍ ତଥା ପ୍ରକୃତିବନ୍ଧୁ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ମତବ୍ୟକ୍ତ କରିଛନ୍ତି । ତାଳଗଛ ରୋପଣକୁ ଗୁରୁତ୍ୱ ଦେଇ ଜନସଚେତନତା ଏବଂ ଛାତ୍ର ଓ ଯୁବକ ମଧ୍ୟରେ ଚାରା ରୋପଣ ପାଇଁ ଏକ କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରାଧ୍ୟାପକ ମହାପାତ୍ର ପ୍ରକାଶ କରିଛନ୍ତି ।

Leave a Reply